Hot Posts

6/recent/ticker-posts

ଖରିଆର ମିଶନ ପାଖରେ BSSO ଙ୍କୁ ଧକ୍କାଦେଲା ପିକ-ଅପ , ଗୁରୁତର ଆହତ

ନୂଆପଡା, ୩୦ / ୦୯ ( ସୁରେଶ ମହାନନ୍ଦ ) : ଗତ ଶନିବାର ସକାଳ 10:30 ସମୟରେ ଖରିଆର ମିଶନ ପାଖରେ ଗୋଟିଏ ଦୁର୍ଘଟଣା ଘଟିଥିଲା। ଖବର ଅନୁସାରେ, ସିନାପାଲି BSSO ହରେକୃଷ୍ଣ ନାୟକ ଚା ପିଇ ଫେରୁଥିବା ବେଳେ ଗୋଟିଏ ପିକ-ଅପ ଗାଡ଼ି ପଛ ପଟୁ ଧକ୍କା ଦେଇଥିଲା। ଏହି ଧକ୍କାରେ ସେ ଗୁରୁତର ଆହତ ହୋଇଥିବା ସହିତ ତାଙ୍କ ଗୋଡ ଭାଙ୍ଗିଯାଇଛି। ସ୍ଥାନୀୟ ଲୋକମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଖରିଆର ମିଶନ କୁ ପଠାଇଥିଲେ। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଉଚ୍ଚତର ଚିକିତ୍ସା ପାଇଁ ରାଇପୁର ହେରିଟେଜ ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଛି।ହେରିଟେଜ ହସ୍ପିଟାଲର ସର୍ଜନ ଡାକ୍ତର S. Pandey କହିଥିଲେ, “ସର୍ଜେରି କଲେ ରୋଗୀ ସୁସ୍ଥ ହୋଇଯିବେ।” ତାଙ୍କ କଥା ଅନୁସାରେ, ଗତ ରବିବାର ଦିନ ସର୍ଜେରି କରାଯାଇଥିଲା ଏବଂ ସର୍ଜେରି ସମ୍ପୂର୍ଣ୍ଣ ସଫଳ ହୋଇଛି।*ଘଟଣାସ୍ଥଳରେ ଭିଡ଼ ହୋଇଥିଲା ଏବଂ ପୋଲିସ ପହଞ୍ଚି ମାମଲା ଦାଖଲ କରିଛି ଓ ପିକ ଉପ ମାଲିକ ଏବଂ ଗାଡି କୁ ଅଟକ ରଖିଛି। ଏହି ଘଟଣା ପରେ, ଆହତଙ୍କ ପରିବାର ଲୋକେ ପିକ-ଅପ ମାଲିକଙ୍କୁ କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି।
ଜିଲ୍ଲା ପ୍ରତିନିଧି ସୁରେଶ ମହାନନ୍ଦ ଙ୍କ ରିପୋର୍ଟିଂ