Hot Posts

6/recent/ticker-posts

ବକଡାବେଡ଼ା ଠାରେ ଆଦି କର୍ମଯୋଗୀ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଟିତ

ଝରିଗାଁ, ୩୦ / ୦୯ (ନକୁଳ ଭତରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ବକଡାବେଡ଼ା ପଞ୍ଚାୟତର ବକଡା ବେଡା ତ୍ରିନାଥ ମଣ୍ଡପ ଠାରେ  ଆଦି କର୍ମଯୋଗୀ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି । କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଧାର ବେହେରା ଙ୍କ ସଭାପତିତ୍ୱରେ  ପରିଚାଳିତ ହୋଇଥିଲା । ଆଦି କର୍ମଯୋଗୀ ଯୋଜନା ସଂପର୍କୀତ ବୈଠକରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଲୋକପାତ କରିବା ସହିତ ଆଦି କର୍ମ ଯୋଗୀ ଯୋଜନା ସମ୍ପର୍କରେ  ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରି ଗ୍ରାମ ର କେଉଁ ଦିଗରେ କଣ ଅଛି ,କଣ ନାହିଁ ତାହା ତଦାରଖ କରି ଏକ ମ଼ାନଚିତ୍ର ଅଙ୍କା ଯାଇ ଜନସାଧାରଣଙ୍କୁ ବୁଝାଇଥିଲେ। ଜନ ସାଧାରଣଙ୍କୁ ଶତ ପ୍ରତିଶତ ଭାବରେ ଯୋଦାନ କରି ଯୋଜନାର ଲାଭ ଉଠେଇବାକୁ ଆହ୍ଵାନ କରିଥିଲେ।ପରେ ଉପସ୍ଥିତ ଗ୍ରାମର ଜନସାଧାରଣଙ୍କୁ ନେଇ ଏକ ପରିଚାଳନା ପଦଯାତ୍ରା କରାଯାଇଥିଲା ।ଏହି ବୈଠକରେ ସରପଞ୍ଚ ଚଇତୁ ଭତ୍ରା, ଦେନାଥ ବିଜରା, ଶିବରାମ ଭାତ୍ରା,ଅଲେଖ ଭତ୍ରା, ଡମ୍ବରୁ ଭତ୍ରା, ପିତାମ୍ବର ମାଝୀ, ରଘୁନାଥ କଲାର, ଭଜମନ କଲାର, ରଞ୍ଜିତ ଖୁରା,ସହଦେବ ପନକା ପ୍ରଭାକର ଗୌଡ, ଫାଳ ଗୁନୀ ଭତ୍ରା, ଅମର ସିଂ ଭାତ୍ରା, ନାରାୟଣ ଭତ୍ରା, ଯୁଗସାଇ କଲାର, ଅନ୍ୟାନ ଗ୍ରାମବାସୀ ଉପସ୍ଥିତ ଥିଲେ।