ଗଣେଶ ପୂଜା ଉପଲକ୍ଷେ ସଂସ୍କୃତିକ କାର୍ଯ୍ୟକ୍ରମ
ଫୁଲବାଣୀ, ୦୩/୦୯ (ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ଗୁମାଗଡ଼ ପଞ୍ଚାୟତ କେନପାଜୁ ଗ୍ରାମରେ ଗଣେଶ ପୂଜା ଉପଲକ୍ଷେ ମେଲୋଡି ଧମାକା ତଥା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହାକୁ ପ୍ରଗତି ଯୁବକ ସଂଘ ତରଫରୁ ତୃତୀୟ ଅବଦାନରେ ମା ସୁରାଦେଇ ଡ୍ୟାନ୍ସ ଗ୍ରୁପ ତରଫରୁ ବିଭିନ୍ନ ପ୍ରକାର ଭଜନ, ସମ୍ବଲପୁରୀ, କୁଇ, ହିନ୍ଦୀ ବିଭିନ୍ନ ପ୍ରକାର ଭାଷା ରେ ନାଚ ଗୀତ ରେ ରାତି ସାରା ମଜା ନେଇଥିଲେ। ଏଥିରେ ମୁଖ୍ୟ ଅତିଥି ଶଙ୍କର ପ୍ରସାଦ କହଁର, ଵକ୍ତା ପ୍ରଶାନ୍ତ କୁମାର ମହାନ୍ତି,ସନମାନିତ ଅତିଥି ସନ୍ତୋଷ କହଁର, ସାମ୍ବାଦିକ ବାଳକୃଷ୍ଣ କହଁର, ରଞ୍ଜିତ କହଁର ରହିଥିବା ବେଳେ ପୂର୍ଣ୍ଣଚନ୍ଦ୍ର କହଁର, ସଂକୀର୍ତନ କହଁର, ଚାଣକ୍ୟ କହଁର, ଅଶୋକ କହଁର, ରାଜୀବ କହଁର, ପ୍ରୟାଗ ରାଜ କହଁର, ପବିତ୍ର କହଁର, କୃଷ୍ଣଚନ୍ଦ୍ର କହଁର, ଅମ୍ବିକା କହଁର, ଭକ୍ତ ଚରଣ କହଁର, ଚୈତନ୍ୟ କହଁର, ବିଷ୍ଟନୁ ଚରଣ କହଁର, ଭାସ୍କର କହଁର, ନବୀନ କହଁର ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ସଂସ୍କୃତିକ କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ରୁ ଆସିଥିବା ମୁଖ୍ୟ ଗୀତିକାର ସୋନୁ ଭାଇ ଏବଂ ଡ୍ୟାନ୍ସ ମାଷ୍ଟର ରୋଶନ ସାହାଣୀ ମଞ୍ଚ କୁ ଦୋହଲି ଦେଇ ଲୋକମାନଙ୍କୁ ଭଲ ଭଲନାଚ ଗୀତ କରି ଆକର୍ଷିତ କରିଥିଲେ। ତାଙ୍କୁ ସହଯୋଗ କରିଥିଲେ ଫୁଲବାଣୀ ଗଞ୍ଜୁଗୁଡା ର ମନୋହର, ନିରାକାର ଭାଇ। ଏଥିରେ କୋଣଅନୁକୋଣ ଲୋକମାନେ ଆସି ବହୁ ଆନନ୍ଦ ରେ ମଜା ନେଇଥିଲେ।
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ