Hot Posts

6/recent/ticker-posts

ଧୂମାମ ଗ୍ରାମରେ ଉଲ୍ଲାସରେ ପାଳିତ ହେଲା ଗଣେଶ ପୂଜା ସହ ନୂଆଁଖାଇ ଭେଟଘାଟ

ଝରିଗାଁ, ୦୩ / ୦୯ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତ ଅନ୍ତର୍ଗତ ଧୂମାମ ଗ୍ରାମଠାରେ ଗ୍ରାମବାସୀଙ୍କ ଦ୍ଵାରା ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ , ଧୋଡ୍ରା ମଣ୍ଡଳ ସଭାପତି ଭୁଜବଳ ଗୌଡ଼, ଝରିଗାଁ ମଣ୍ଡଳ ସଭାପତି ସୁକାଳୁ ଗଣ୍ଡ, ଚ ଚା ମଣ୍ଡଳ ସଭାପତି ଦିଗମ୍ବର ସାନ୍ତା, କୁଟ୍ରି ଛାପର ପଞ୍ଚାୟତ ସଭାପତି ସାନ୍ତା, ଇଚ୍ଛାପୁର ପଞ୍ଚାୟତ ସଭାପତି ଖଗ ସାନ୍ତା ପୂର୍ବତନ ଧୋଡ୍ରା ମଣ୍ଡଳ ସଭାପତି ମନୁରାମ ଭତ୍ରା , ଝରିଗାଁ ଆତ୍ମା ଚେୟାରମ୍ୟାନ ଚିତ ପ୍ରସାଦ ତିୱାରୀ , ଇଚ୍ଛାପୁର ପଞ୍ଚାୟତ ସମାଜସେବୀ ଦିଗାମ୍ବର ଭତ୍ରା, ଧୂମାମ ୱାର୍ଡ଼ ମେମ୍ବର କର୍ଣ୍ଣ ସାନ୍ତାଙ୍କ ସମେତ ଅନ୍ୟାନ୍ୟ ଜଳୀୟ କର୍ମକ୍ରର୍ତ୍ତା ମାନେ ଯୋଗଦେଇ ଗ୍ରାମବାସୀମାନଙ୍କୁ ନୁଆଁଖାଇ ର ଅଭିବାଦନ ତଥା ନୂଆଖାଇ ର ଜୁଆର ଜଣେଇ ଛନ୍ତି ।
ପ୍ରତିବର୍ଷ ଭଲି ଚଳିତ ବର୍ଷ ମଧ୍ୟ ଗ୍ରାମବାସୀ ଗ୍ରାମ ରେ ଗଣେଶଙ୍କ ବିଗ୍ରହ ସ୍ଥାପନ କରି ପୂଜାର୍ଚ୍ଚନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗ୍ରାମବାସୀ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜନ କରି ପରସ୍ପରକୁ ନୂଆଖାଇ ଜୁଆର ଜଣେଇ ବା ସହିତ ବିଜେପି କର୍ମକର୍ତ୍ତା ମାନଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିବା ସୂଚନା ମିଳିଛି। ଗ୍ରାମବାସୀଙ୍କ ନିମନ୍ତ୍ରଣ ରକ୍ଷା କରି ସାଂସଦ ପ୍ରତିନିଧି ଙ୍କୁ ସମେତ ଅନ୍ୟାନ୍ୟ କର୍ମବର୍ତ୍ତୀ ମାନେ କାର୍ଯ୍ୟକ୍ରମରେ ଯୋଗଦେଇ ଗ୍ରାମବାସୀମାନଙ୍କୁ ନୂଆଁଖାଇ ଜୁଆର ଜଣେଇବା ସହ ସବୁ ବେଳେ ଏମିତି ଗ୍ରାମ ରେ ଭାଇଚାରା ବଞ୍ଚେଇ ରଖିବାକୁ ପରାମର୍ଶ ଦେଇଛନ୍ତି।