Hot Posts

6/recent/ticker-posts

ପାଳିଆ ପଞ୍ଚାୟତରେ ଗଣେଶ ପୂଜା – ଭାଇଚାରାର ସନ୍ଦେଶ ଦେଲେ ନେତାମାନେ

ଝରିଗାଁ, ୦୩ / ୦୮ ( ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଳିଆ ପଞ୍ଚାୟତ ସଦରମହକୁମା ଠାରେ ଗ୍ରାମବାସୀ ଗଣେଶଙ୍କ ବିଗ୍ରହ ସ୍ଥାପନ କରି ପୂଜାର୍ଚ୍ଚନା କରୁଥିବା ସପ୍ତମ ଦିନରେ ସୁଖଦୁଃଖ ର ସାଥି ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇଥିବା ସୂଚନା ମିଳିଛି। ଗ୍ରାମବାସୀଙ୍କ ନିମନ୍ତ୍ରଣ କୁ ରକ୍ଷାକରି ମାଝୀ, ସମେତ ବ୍ଳକ ଅଧକ୍ଷ ଶ୍ରୀଯୁକ୍ତ ଦୁର୍ଗାପ୍ରସାଦ ମାଝୀ, ବରିଷ୍ଠ ବିଜେଡି ନେତା ଶ୍ରୀକ୍ଷୁକ୍ତ ପ୍ରିୟରଞ୍ଜନ ଦାସ ,ଗୁରୁ ସିଙ୍ଗା ସରପଞ୍ଚ ମୋହନ ନାୟକ, ଇଚ୍ଛାପୁର ସରପଞ୍ଚ ଜଗଦୀଶ ମାଝୀ, ବେଲଗାଁ ସରପଞ୍ଚ ଥବିର ପୂଜାରୀ, ଏବଂ ଫୁପୁଗାଁ ସରପଞ୍ଚ ଚୈତନ୍ୟ ଗଣ୍ଡ . ସମେତ ଅନ୍ୟାନ୍ୟ କର୍ମବର୍ତ୍ତୀ ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇ ଗ୍ରାମବାସୀଙ୍କୁ ଧନ୍ୟବାଦ ଜଣେଇବା ସହ ଆଗାମି ଦିନ ମାନଙ୍କରେ ଏମିତି ଭାଇଚାରା କୁ ବଞ୍ଚାଇ ରଖିବାକୁ ପରାର୍ମଶ ଦେଇଛନ୍ତି। ଗ୍ରାମବାସୀ ମଧ୍ୟ ଶ୍ରୀଯୁକ୍ତ ମାଝୀଙ୍କୁ ତାଙ୍କ ନିମନ୍ତ୍ରଣ କୁ ରକ୍ଷା କରିଥିବାରୁ ପୂଜା କମିଟି ପକ୍ଷରୁ ଏବଂ ଗ୍ରାମବାସୀ ତରଫରୁ ଅଶେଷ ଧନ୍ୟବାଦ ଜ୍ଞାପନ କରିଥିଲେ।