ରାୟଗଡ଼ା, ୨୩ / ୦୯ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ ପୌର ପରିଷଦର ସମସ୍ତ ଅଧିବାସୀ ତଥା ଜନସାଧାରଣ ମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି କି ଦୈନଦିନ ପରିବା ବ୍ୟବସାୟ ପରିଷଦ ଦ୍ଵାରା ଚିହ୍ନିତ ଦୁଇଟି ସ୍ଥାନକୁ ସ୍ଥାନାନ୍ତର କରାଯାଇଅଛି ଯଥା ୧. ଏକ୍ସାଇଜ ଅଫିସ ନିକଟ ରାମକୃଷ୍ଣ ନଗର ୨. ଦୈନିକ ବଜାର , କସ୍ତୁରୀ ନଗର ୬ ନମ୍ବର ଗଳି । ଏଥି ସହିତ ଫ୍ଲାଏ ଓଭର ବ୍ରିଜ ତଳେ ଦୋକାନ ବଜାର ଓ ବ୍ୟବସାୟ ପାଇଁ ସମ୍ପୂର୍ଣ ନିଷେଧ କରାଯାଇଅଛି । ରାୟଗଡ଼ ସହରର ଉନ୍ନତି ତଥା ନିରାପଦ ଗମନାଗମନ ବ୍ୟବସ୍ଥା ପାଇଁ ସମସ୍ତ ଜନସାଧାରଣ ତଥା ବ୍ୟବସାୟୀ ସହଯୋଗର ହାତ ବଢାଇଥିବାରୁ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାର ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।