ସ୍ଥାୟୀ ପାରିଶ୍ରମିକ ଦାବୀରେ ଏମବିକେ, ବ୍ୟାଙ୍କ ମିତ୍ର ଓ ସିଆରପିଙ୍କ ଗଣଧାରଣା,
ନବରଙ୍ଗପୁର, ୨୩ / ୦୯ ( ଶେଖର ଖୁରା ) : ଗତକାଲି ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସକାଳ ୧୦ ଘଟିକା ସମୟରୁ ତେନ୍ତୁଳୀଖୁଣ୍ଟି ବ୍ଲକର 15 ଟି ଗ୍ରାମ ପଂଚାୟତ ରେ କାର୍ଯ୍ୟରତ ସମସ୍ତ ଏମବିକେ, ବ୍ୟାଙ୍କ ମିତ୍ର, ସିଆରପି ସଙ୍ଘ ତରଫରୁ ମିଳିତ ଭାବେ ଗଣଧାରଣା ରେ ବସି ସେମାନଙ୍କ ଦାବି ପୂରଣ ପାଇଁ ବିଭିନ୍ନ ସ୍ଲୋଗାନ ଦେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି, ସେମାନଙ୍କ ଦାବି ଗୁଡିକ ମଧ୍ୟରେ ପୂର୍ବ ପରି ସେମାନଙ୍କୁ ସ୍ଥାୟୀ ଦରମା ପ୍ରଦାନ କରିବା, ସ୍ଥାୟୀ ନିଯୁକ୍ତି ପ୍ରଦାନ, ଆକାଉଣ୍ଟ ରେ ଦରମା ପ୍ରଦାନ କରିବା, ପ୍ରୋଫାମାନ୍ସ ବୋନସ ପ୍ରତ୍ସାହନ ବନ୍ଦ କରିବା, ଛଅ ମାସର ବକେୟା ଟଙ୍କା ପ୍ରଦାନ କରିବା, କାର୍ଯ୍ୟ ଅନୁସାରେ ବର୍ଦ୍ଧିତ ପାରିଶ୍ରମିକ ପ୍ରଦାନ କରିବା ଭଳି ସେମାନଙ୍କ ଦାବି ଗୁଡକ ଉପସ୍ଥାପନା କରିଛନ୍ତି, ଓଡିଶା ଜୀବିକା ମିଶନ ଶକ୍ତି ଡାକରା ରେ ସମସ୍ତ ବ୍ଲକ ରେ ଥିବା ଓ଼. ଏଲ. ମ. ଅଫିସ ରେ ତାଲା ଠୁଙ୍କି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ରେ ବସିବାକୁ ନିଷ୍ପତି ନେହି ଛନ୍ତି . ଏହି ଧାରଣା କୁ ତେନ୍ତୁଳୀଖୁଣ୍ଟି ବ୍ଲକ କଂଗ୍ରେସ ସମର୍ଥନ ଜଣେଇ ଥିବା ବ୍ଲକ କଂଗ୍ରେସ ସଭାପତି ପ୍ରହଲ୍ଲାଦ ହିଆଲ ପ୍ରକାଶ କରିଛନ୍ତି ଜିଲ୍ଲା ପ୍ରତିନିଧି ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର l