Hot Posts

6/recent/ticker-posts

ଶ୍ରୀ ଶ୍ରୀ ମହାରାଜ ଅଗ୍ରେସନଙ୍କ ୫୧୪୯ତମ ଜୟନ୍ତୀ ପାଳନ

ସିନାପାଲି, ୨୩ / ୦୯ (ଶୋଭାରାମ ମହାନନ୍ଦ) : ସମାଜବାଦ ପ୍ରଣେତା, ବ୍ୟାପାରିକ ସାମ୍ରାଜ୍ୟ ସ୍ଥାପକ, ଲୋକ ତାନ୍ତ୍ରିକ ଶାସନ, ଅଗ୍ରୱାଲ ସମାଜ ସଂସ୍ଥାପକ ଏବଂ ଅହିଂସା ର ପୂଜାରୀ ସୂର୍ଯ୍ୟବଂଶୀ କ୍ଷତ୍ରିୟ ମହାରାଜ ଶ୍ରୀ ଶ୍ରୀ ଅଗ୍ରେସନଙ୍କ ଜନ୍ମ ଜୟନ୍ତୀ ନୂଆପଡା ଜିଲ୍ଲା ସିନାପାଲି ଅଗ୍ରେସନ ଭବନ ଠାରେ ମହାସମାରୋହ ଏବଂ ହର୍ଷଉଲ୍ଲାସରେ ମାରୱାଡ଼ି ସମାଜ ଆନୁକୁଲ୍ୟରେ ୫୧୪୯ତମ ଜୟନ୍ତୀ ପାଳନ ହୋଇଯାଇଛି। ସୋମବାର ସକାଳ ସମୟରେ କୁଲ ତଥା ପିତୃ ପୁରୁଷଙ୍କୁ ଦୀପ ପ୍ରଜ୍ବଳନ ପୂର୍ବକ ଆରତୀ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା। ଏହା ପରେ ଅନୁଷ୍ଠାନ ର ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ଛୋଟରୁ ବଡ ପର୍ଯ୍ୟନ୍ତ ବ୍ୟକ୍ତିଗତ ଏବଂ ଗୋଷ୍ଠିଗତ ଭାବେ ୮ ଗୋଟି ବିଭିନ୍ନ ପ୍ରକାରର ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ସମୟରେ ମା ସମ୍ବଳେଶ୍ୱରି ମନ୍ଦିର କାପସି ଠାରୁ ଅଗ୍ରେସନ ଭବନ ପର୍ଯ୍ୟନ୍ତ ନଗର ପରିକ୍ରମା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ସିନାପାଲି ମାରୱାଡ଼ି ସମାଜ ର ୨୪ତମ ଜୟନ୍ତୀ ଉତ୍ସବ। ଏହି ଅବସରରେ ଅଗ୍ରେସନ୍ ଭବନ କମିଟିର ସଭାପତି ହରିପ୍ରସାଦ ଅଗ୍ରୱାଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ପ୍ରଦୀପ କୁମାର ଜୈନ, ମଧୁକୁମାର ଜୈନ, ମଦନ ଗୋପାଳ ଅଗ୍ରୱାଲ, ମାରୱାଡ଼ି ଯୁବା ମଞ୍ଚ ସଭାପତି ହିରାଲାଲ ଅଗ୍ରୱାଲ, ଗଣେଶ କୁମାର ଅଗ୍ରୱାଲ, ରାଜେଶ କୁମାର ଅଗ୍ରୱାଲ ବିଶିଷ୍ଟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ମୁକେଶ କୁମାର ଜୈନ, ଇନ୍ଦ୍ରସେନ ଅଗ୍ରୱାଲ, ଦୟାରାମ ଅଗ୍ରୱାଲ ଯୋଗଦାନ କରିଥିଲେ। ଆଜିକାର ଏହି ସଭାକୁ ଅମିତ କୁମାର ଜୈନ, ଦୀପକ କୁମାର ଅଗ୍ରୱାଲ ଓ ସୌରଭ କୁମାର ଜୈନ ସଂଯୋଜନା ତଥା ସଞ୍ଚାଳନ କରିଥଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ମାରୱାଡ଼ି ସମାଜ ର ସଦସ୍ୟ ସଦସ୍ୟା ଉପସ୍ଥିତ ରହିଥିଲେ। ନାରୀ ସଶକ୍ତି କରଣ କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ କ୍ଷେତ୍ରରେ ସହଯୋଗ କରିଥିବା ୧୨ଜଣ ମହିଳାଙ୍କୁ ଅଗ୍ରେଶନ ଭବନ ତଥା ମାରୱାଡ଼ି ସମାଜ ତରଫରୁ ପୁରସ୍କୃତ କରାଯାଇଥିଲା। ସେହି ପରି ସାମାଜିକ କ୍ଷେତ୍ରରେ ମାର୍ଗଦର୍ଶନ, ପରାମର୍ଶ ଦେଉଥିବା ୨୨ଜଣ ବରିଷ୍ଠ ନାଗରିକଙ୍କୁ ପୁରସ୍କୃତ କରାଯାଇଥିଲା। ମାରୱାଡ଼ି ସମାଜର ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଜ ଦକ୍ଷତା ପ୍ରତିପାଦନ କରୁଥିବା ୧୫ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ମାରୱାଡ଼ି ସମାଜରେ ଅଗ୍ରଗନ୍ୟ ଭାବରେ ବ୍ୟବସାୟ କ୍ଷେତ୍ରରେ ନିଜର ଆଧିପତ୍ୟ ବିସ୍ତାର କରିଥିବାରୁ ଜଣକୁ ବିଶିଷ୍ଟ ବ୍ୟବସାୟୀ ଭାବେ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ସେହି ପରି ୮ଟି ଖେଳ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ଗୋଟିଏ ଖେଳର ୩ଜଣ ଯଥା ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏତତ୍ ବ୍ୟତୀତ ଜୟନ୍ତୀ ପାଳନ ପାଇଁ ସମୟ, ଅର୍ଥ, ସହଯୋଗ କରିଥିବା ୭୦ଜଣ ବଦାନ୍ୟ ବ୍ୟକ୍ତିଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। କମିଟିର ସମସ୍ତ ସଦସ୍ୟ ସଦସ୍ୟା ଓ ପଦାଧିକାରୀଙ୍କୁ ଉପଢୋକନ ଦେଇ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା। ପରିଶେଷରେ ଅଗ୍ରେଶନ ଭବନ ମ୍ୟେନେଜରଙ୍କୁ ଶାନ୍ତି, ଶୃଙ୍ଖଳାରେ କାର୍ଯ୍ୟକ୍ରମ ସୁପରିଚାଳନା ତଥା ଭବନ ପରିଚାଳନା କରୁଥିବାରୁ ତାଙ୍କୁ ପୁରସ୍କୃତ କରାଯାଇ ଅମିତ କୁମାର ଜୈନ ଙ୍କ ଦ୍ଵାରା ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମଟି କୁ ଶେଷ କରାଯାଇଥିଲା।