Hot Posts

6/recent/ticker-posts

ସୁଡ୍ରୁକୁମ୍ପାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ।

କନ୍ଧମାଳ, ୨୩/୦୯ ( ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ସୁଡ୍ରୁକୁମ୍ପା ଠାରେ ବ୍ଲକ ପ୍ରଶାସନ ପକ୍ଷରୁ ସରକାରୀ ଉଚ୍ଚ ବିଦ୍ୟାଳୟପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ସୂଚନା ପ୍ରକାରେ ଖଜୁରୀପଡ଼ା ବ୍ଲକ ଉପାନ୍ତ ଅଞ୍ଚଳରେ ରହିଛି ବିଳାବାଡ଼ି , ସୁଡ୍ରେଜୁ ଏବଂ ସୁଡ୍ରୁକୁମ୍ପା ପଞ୍ଚାୟତ ଏହି ପଞ୍ଚାୟତର ଜନସାଧାରଣ ମାନେ କୌଣସି କାର୍ଯ୍ୟରେ ବ୍ଲକ କାର୍ଯ୍ୟାଳୟକୁ ଆସିଲେ ଦୂରତା ହେଉଛି । ତେଣୁ ଚଳିତ ଥର ଖଜୁରୀପଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ସୁଡ୍ରୁକୁମ୍ପା ପଞ୍ଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିନ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପି. ପଦ୍ମା, ଏସଏସଏସଓ ନିବେଦିତା ଜାନୀ,ବିଡ଼ିଓ ଶୁଭ ଦତା ତ୍ରେୟ ବାହିନୀପତି, ସୁଡ୍ରୁକୁମ୍ପା ସରପଞ୍ଚ ଦଶରଥ ଜାନୀ,ବିଳାବାଡି ସରପଞ୍ଚ ରବୀନ୍ଦ୍ର ଭୁକ୍ତା,ସୁଡ୍ରେଜୁ ସରପଞ୍ଚ ଲକ୍ଷ୍ମୀ ପ୍ରଧାନ,ସମିତି ସଭ୍ୟ ବୈଦ୍ୟନାଥ ବେହେରା ,ଦମୟନ୍ତୀ ଜାନୀ, ପ୍ରମୁଖ ଉପସ୍ଥିତ ଥିଲେ । ୩ ପଞ୍ଚାୟତରୁ ଶତାଧିକ ଭିନ୍ନକ୍ଷମ ଶିଶୁ, ପୁରୁଷ, ମହିଳା ମାନେ ଆସି ନାମ ପଞ୍ଜୀକରଣ କରିଥିଲେ। ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଆସିଥିବା ବିଶେଷଜ୍ଞ ଡାକ୍ତରଙ୍କ ଠାରୁ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଏହି ଶିବିରରେ ୨୨୦ ଜଣ ରେଜିଷ୍ଟ୍ରେସନଙ୍କ ମଧ୍ୟରୁ୧୩୭ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ପତ୍ର ପାଇବାକୁ ଯୋଗ୍ୟ ହୋଇଛନ୍ତି । କ୍ୟାମ୍ପରେ ୨୦ ଜଣ ଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ବଣ୍ଟନ କରାଯାଇଥିବାବେଳେ ୧୦ ଜଣ ଭିନ୍ନକ୍ଷମ ଙ୍କୁ ଗାଡ଼ି ଭଡ଼ା ଦିଆ ଯାଇଥିଲା ଓ ୬ ଜଣଙ୍କୁ ହ୍ୱିଲଚେୟାର ବଣ୍ଟନ କରାଯାଇଛି ।ଫୁଲବାଣୀ ମେଡିକାଲରୁ ଆସିଥିବା ବିଶେଷଜ୍ଞ ଡଃ . ଦେବଜିତ ଦାଶ,ଡଃ.ଚିନ୍ମୟ କୁମାର୍ ପାତ୍ର , ଡ଼ଃ ସତ୍ୟବ୍ରତ ସାହୁ, ଡ଼ଃ,ପ୍ରଦୀପ କୁମାର ବେହେରା, ଡ଼ଃ. ଉତ୍କଳ କେଶରୀ ବେହେରା ପ୍ରମୁଖ ଶିବିରରେ ଭିନ୍ନକ୍ଷମ ମାନଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲ ବୋଲି ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ସାହୁ ସୂଚନା ଦେଇଛନ୍ତି ।