ଝରିଗାଁ ବ୍ଲକ ର ବିଭିନ୍ନ ସ୍ଥାନ ରେ ବିଶ୍ଵକର୍ମା ପୂଜା ଅନୁଷ୍ଠିତ
ଝରିଗାଁ, ୧୮ / ୦୯ (ନକୁଳ ଭତ୍ରା) : ନବରଙ୍ଗପୁର ଝରିଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଗତ କାଲି ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି | ଝରିଗାଁ ବ୍ଲକ ଅନ୍ତର୍ଗତ ଚାଟିଗୁଡ଼ା ପଞ୍ଚାୟତ ଅଧୀନ କପୂର୍ଗୁଡ଼ା ଠାରେ ରାଜମିସ୍ତ୍ରୀ ସଙ୍ଗ ଦ୍ୱାରା ବିଶ୍ଵକର୍ମା ପୂଜା ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଇଛି| କପୂର୍ଗୁଡା,ପାରିଆ, ବକଡା ବେଡା, ଟେଣ୍ଡକା ଗୁଡ଼ା,ଆଦିବାସୀ,ଗ୍ରାମର ମିସ୍ତ୍ରୀ ମାନେ ଏକତ୍ରିତ ହୋଇ କପୁର୍ଗୁଡ଼ା ଠାରେ ପୂଜାର୍ଚ୍ଚନା କରିଥିଲେ| ପୂଜା ସନ୍ଦ୍ୟା ୫,୩୦ ରୁ ଆରମ୍ଭ ହୋଇ ୭, ଘଣ୍ଟା ସମୟରେ ପୂଜା ସମାପ୍ତ ପରେ ଅନ୍ନ ଭୋଗ ବଣ୍ଟନ କରାଯାଇଥିଲା | ରାଜମିସ୍ତ୍ରୀ ସଙ୍ଗର ସଦ୍ୟସଙ୍କ ସମେତ ଗ୍ରାମର ଅନେକ ବ୍ୟକ୍ତି ଉପସ୍ଥିତ ରହି ଅନ୍ନଭୋଗ କରିଥିଲେ| ରାତ୍ରି ୯ ଘଣ୍ଟିକା ସମୟରେ ଏକ ସୁପର ଡେନ୍ସ ପ୍ରୋଗ୍ରାମ ମଧ୍ୟ ଆୟଜନ କରାଯାଇଥିଲା| ଏଥିରେ ଅନେକ କଳାକାର ମାନେ ଭାଗ ନେଇ ତାଙ୍କର ନିଜ ନିଜ କଳା ପ୍ରଦର୍ଶନ କରିଥିଲେ | କଳାକାରଙ୍କ ନାଛ କୁ ଦେଖି ଦର୍ଶକ ମାନେ ମଧ୍ୟ ଭରପୁର ଆନନ୍ଦ ନେଇ ଥିଲେ | ପୂଜା କମିଟି ର ସଦସ୍ୟ ମାନେ ଯୁଗସାଇ କଳାର,କେଶବ କଳାର,ଭଜନ କଳାର,ସହଦେବ ପାନକା,ଶିବରାମ ଭତରା, ଯୌସିଂ ପୂଜାରୀ, ମାନସାୟ ଭତରା,ରତନ ପୂଜାରୀ ,ମତିରାମ୍ ,କଳାର , ବୁଦୁ ଭତରା, ରାମ ଚନ୍ଦ୍ର କୁମ୍ଭାର,ସମେତ ଅନ୍ୟାନ୍ୟ ସଦ୍ୟାସ ମାନେ ଉପସ୍ଥିତ ଥିଲେ