କୋରାପୁଟ ଜିଲ୍ଲା ର ଦାମନଯୋଡି କୁ ନୂତନ ବ୍ଲକ ଘୋଷଣା ନିମନ୍ତେ ଦାମନଯୋଡି କ୍ରିୟାନୁଷ୍ଠାନ ର ଦାବି
କୋରାପୁଟ, ୧୮ / ୦୯ ( ରଜତ କୁମାର ବାଘ ) : ଦାମନଯୋଡି କ୍ରିୟାନୁଷ୍ଠାନ କମିଟି ର ଡାକରା ଦ୍ଵାରା ଦାମନଯୋଡିରେ ନୂତନ ବ୍ଲକ ଗଠନ କରିବା ପାଇଁ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏଠାରେ ପ୍ରାୟ ପାଞ୍ଚ ଗୋଟି ଗ୍ରାମ ପଂଚାୟତ ସରପଞ୍ଚ , ସମିତି ସଭ୍ୟ, ୱାର୍ଡ ମେମ୍ବର, ଏଵଂ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ନିଜ ନିଜ ମନ୍ତବ୍ୟ ଦେଇ ସମର୍ଥନ ଜଣାଇ ଅଛନ୍ତି। ପ୍ରକାଶ ଥାଉକି ଦାମନଯୋଡି ପାରିପାର୍ଶ୍ବିକ ଅଞ୍ଚଳର ପ୍ରାୟ ପାଞ୍ଚ ଗୋଟି ପଞ୍ଚାୟତ କୋରାପୁଟ ଅଧୀନରେ ଅଛି ଏହା ପ୍ରାୟ 50 କିଲୋମିଟର ଦୂରରେ ଅବସ୍ଥିତ। ତେଣୁ ଲୋକେ ନାହିଁ ନ ଥିବା ଅସୁବିଧା ଭଗୁଛନ୍ତି । ଯେଉଁ ପରିମାଣରେ ଅଞ୍ଚଳ ଉନ୍ନତି ହେବ କଥା କୌଣସି ଆଖିଦୃଶିଆ ବିକାଶ ହେଇ ନାହିଁ। ତେଣୁ ଦାମନଯୋଡିରେ ବ୍ଲକ ଗଠନ ହେଲେ ସାଧାରଣ ଲୋକ ଉପକୃତ ହେବେ । ଏହି କର୍ଯ୍ୟ କ୍ରମରେ ମୁଖ୍ୟ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି ସେମାନଙ୍କ ମଧ୍ୟରୁ। ଉପଦେଷ୍ଟା ଖିରଦ ଚୌଧୁରୀ, ରଜତ କୁମାର ବାଘ, ସଭାପତି ଦାମୋଦର ଜାନୀ, ଉପ ସଭପତି ତାମିଲ କୁଲଦୀପ ,ସମ୍ପାଦକ ହରେସ ହେନ୍ତାଳ, ମରିଚମାଳ ସରପଞ୍ଚ ଲକ୍ଷ୍ମୀ ମସ୍ତିପୁଟିଆ, ମାଥାଲପଟ ସରପଞ୍ଚ ରଞ୍ଜିତା ଗୁରୁନା, ଲିତିଗୁଡ଼ା ସରପଞ୍ଚ ଅତୃଜାନୀ। ଇତ୍ୟାଦି ପ୍ରମୁଖ ବ୍ୟକ୍ତି ଗଣ ଉପସ୍ଥିତ ଥିଲେ।
ରଜତ କୁମାର ବାଘଙ୍କ ରିପୋର୍ଟ୍ ନବଦୂତ ନ୍ୟୁଜ ଓଡ଼ିଶା।