Hot Posts

6/recent/ticker-posts

ଜୟ ଜଗନ୍ନାଥ ଜିଲ୍ଲା ସଙ୍କୀର୍ତ୍ତନ ପରିଷଦ ପକ୍ଷରୁ ବୈଠକ

ଯାଜପୁର, ୩୦ / ୦୯ ( ରଂଜିତ ମହାନ୍ତି ) : ଜିଲ୍ଲା ବରୀ ବ୍ଲକ ଅଧିନ  ରାମଚନ୍ଦ୍ରପୁର   ସ୍ଥିତ  ରାମେଶ୍ଵର ମନ୍ଦିର ପ୍ରାଙ୍ଗଣ ରେ ଆଜି ଏକ ଶାରଦୀୟ ବୈଠକ ଅନୁଷ୍ଠିତ  ହୋଇଯାଇଛି।ଏହି ବୈଠକ ରେ ଯାଜପୁର ଜିଲ୍ଲା  ଜୟ ଜଗନ୍ନାଥ ସଙ୍କୀର୍ତ୍ତନ ପରିଷଦର  କାର୍ଯ୍ଯକର୍ତ୍ତା  ମାନେ ଉପସ୍ଥିତ ଥିଲେ।ଜିଲ୍ଲା ସମ୍ପାଦକ ନଟବର ମହାନ୍ତି ଙ୍କ  ସଭାପତିତ୍ବରେ  ଅନୁଷ୍ଠିତ ହୋଇଥିଲା। ଆସନ୍ତା  ଅକ୍ଟୋବର ମାସ ପାଞ୍ଚ ତାରିଖ ଦିନ ବରୁହାଁ  କାଳି ମନ୍ଦିର ପ୍ରାଙ୍ଗଣ ରେ ଏକ  ଜିଲ୍ଲା ସ୍ତରୀୟ  ବୈଠକ  ହେବ ବୋଲି ସ୍ଥିର ହୋଇଥିଲା।  ଦୁର୍ଗା ପୂଜା ଉପଲକ୍ଷେ   ଜିଲ୍ଲା ର  ସମସ୍ତ କଳା ସଂସ୍କୃତି ପରମ୍ପରା ପ୍ରେମୀ  କଳାକାର ମାନଙ୍କୁ  ଶାରଦୀୟ  ଅଭିନନ୍ଦନ  ଜଣାଯାଇଥିଲା।ହେବାକୁ ଥିବା ବୈଠକ ରେ ଜିଲ୍ଲା ର  ପ୍ରତେକ ବ୍ଲକ ର କଳାକାର, କର୍ମକର୍ତ୍ତା  ମାନେ ଉପସ୍ଥିତ ରହିବା ପାଇଁ ସ୍ଥିର  ହୋଇଥିଲା।ଜିଲ୍ଲା ସଭାପତି ଗଙ୍ଗାଧର ରାଉତଙ୍କ  ସମେତ ନାରାୟଣ ଚନ୍ଦ୍ର ରଣା,ଅମୂଲ୍ଯ ଦଳାଇ,ଅନାଦି ଚରଣ ଜେନା,ନଟବର ମଲିକ, ଭ୍ରମର ବର ମଲିକ ପ୍ରମୁଖ ଉପସ୍ଥିତ  ଥିଲେ।କଳାକାର ମାନଙ୍କ ବିଭିନ୍ନ ସମସ୍ଯା,  ବରିଷ୍ଠ କଳାକାର  ମାନଙ୍କ ଭତ୍ତା, ଓ ଅନ୍ଯାନ୍ଯ  ବିଷୟ  ଉପରେ ବୈଠକରେ ଆଲୋଚନା କରାଯାଇଥିଲା। ଏନେଇ ସମ୍ପାଦକ ନଟବର ମହାନ୍ତି  ଲିଖିତ ପ୍ରେସ  ବିବୃତ୍ତି ରେ ଗଣମାଧ୍ୟମ ପ୍ରତିନିଧି  ଙ୍କୁ  ଜଣାଇଛନ୍ତି। 

ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ