Hot Posts

6/recent/ticker-posts

କୁଇଦିନା ଇନ୍ଦିରାଗାନ୍ଧୀ ସ୍ମାରକୀ ମହାବିଦ୍ୟାଳୟରେ "ଏକ ପେଡ ମା କେ ନାମ "କାର୍ଯ୍ୟକ୍ରମ ଅନୁଷ୍ଠିତ

କନ୍ଧମାଳ, ୧୭/୯ (ଅଚ୍ୟୁତ ଜାନୀ) କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ କୁସୁମେଣ୍ଡି ପଞ୍ଚାୟତ ଅନ୍ତର୍ଗତ ଲାଇନ୍ ପଡା କୁଇଦିନା ଇନ୍ଦିରାଗାନ୍ଧୀ ସ୍ମାରକୀ ମହାବିଦ୍ୟାଳୟରେ "ଏକ ପେଡ ମା କେ ନାମ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୂଚନା ପ୍ରକାରେ ସାରା ଦେଶରେ ଆମର ଭାରତର ଯସ୍ୱଶୀ ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିବସ ଅବସରରେ ଉଚ୍ଚ ଶିକ୍ଷା ବିଭାଗ ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି କୁଇଦିନା ଇନ୍ଦିରାଗାନ୍ଧୀ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟ ଲାଇନ୍ ପଡା ପରିସରରେ "ଏକ ପେଡ ମା କେ ନାମ" ସ୍ଲୋଗାନ ଦେବା ସହିତ ବୃକ୍ଷ ରୋପଣ କରାଯାଇଥିଲା । ଏଥିରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ମଲ୍ଲିକ, ଅଧ୍ୟାପିକା ଶୁଭଶ୍ରୀ ଦିଗାଲ, ଅଧ୍ୟାପିକା ସସ୍ମିତା ପାଳ, ସମେତ ସମସ୍ତ ଅଧ୍ୟାପକ ଓ ଛାତ୍ରଛାତ୍ରୀ , ବିଦ୍ୟାଳୟ କର୍ମଚାରୀ ବୃକ୍ଷ ରୋପଣରେ ସହଯୋଗ କରିଥିଲେ ଏବଂ ସମୁଦାୟ ତିନି ଶହ ବୃକ୍ଷ ରୋପଣ କରାଯାଇଥିଲା ।