ଏକ ପେଡ୍ ମା କେ ନାମ’ କାର୍ଯ୍ୟକ୍ରମ ସହିତ ଉମରକୋଟରେ ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମଦିନ ପାଳନ
ଉମରକୋଟ, ୧୭ / ୦୯ (ପର୍ଶୁରାମ ନାୟକ) : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ଅନ୍ତର୍ଗତ ବଡ଼କୁମାରୀ ପଞ୍ଚାୟତ ଅନ୍ତର୍ଗତ ଖୁଟୁଗୁଡ଼ା ଗ୍ରାମରେ ବ୍ଲକ ସ୍ତରୀୟ ‘ଏକ ପେଡ ମା କେ ନାମ’ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ୭୫ ତମ ଜନ୍ମ ଦିନ ପାଳନ କରାଯାଇଛି। ଗଛ ନଥିଲେ ବର୍ଷା ମଧ୍ୟ ହେଉ ନାହିଁ। ବର୍ଷାର ପରିମାଣ କମିବାରେ ଲାଗିଛି।। ଗଛ ଆମ ସମସ୍ତଙ୍କର ପାଇଁ ମୂଲ୍ୟବାନ ଜିନିଷ। ଆମ ଦେଶରେ ଗଛକୁ ଯଦି କାଟି ସଫା କରି ଦେଲେ ଆମେ ବଞ୍ଚିବା ମଧ୍ୟ ଅସମ୍ଭବ ହୋଇଯିବ। ସେଥି ପାଇଁ ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ୭୫ ତମ ଜନ୍ମ ଦିନ ଅବସରରେ ‘ଏକ ପେଡ୍ ମା କେ ନାମ୍’ ସମସ୍ତ ନାଗରିକ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗଛ ଲଗାଇବା ପାଇଁ ଆହ୍ୱାନ ଦେଇଛନ୍ତି।ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ଅଶୋକ ପାଢ଼ୀ, ସାଂସଦ ପ୍ରତିନିଧି ଶ୍ରୀମତୀ ବାସନ୍ତୀ ମାଝୀ,ବିଧାୟକ ପ୍ରତିନିଧି ଶ୍ରୀ ସୋନା ମାଝୀ,ଉମରକୋଟ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ମନୋଜ କୁମାର, ଉମରକୋଟର ଅତିରିକ୍ତ ତହସିଲଦାର ଶ୍ରୀ ନିଳାମ୍ବର ପୂଜାରୀ, ସ୍ଥାନୀୟ ଜନ ପ୍ରତିନିଧି, ବୁଦ୍ଧିଜୀବି,ସମସ୍ତ ସିଆରପି, ସମସ୍ତ ଏମବିକେ, ସମେତ ଖୁଟୁଗୁଡ଼ା ଗ୍ରାମର ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ।