ଝରିଗାଁ ବକଡ଼ାବେଡ଼ା ପ୍ରାଥମିକ ବିଦ୍ୟାଳୟରେ ‘ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ — ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମଦିନ ପାଳନ
ଝରିଗାଁ, ୧୭ / ୦୯ (ନକୁଲଭତ୍ରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ବକଡାବେଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ" ମା ପାଇଁ ଗଛ ଟିଏ " ଯଶ୍ଵାସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ୭୫ ତମ ଜନ୍ମଦିନ ଅବସରରେ ବୃକ୍ଷ ରୋପଣ କା୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ବହୁ ପ୍ରାଚୀନ କାଳରୁ ଉଦ୍ଭିଦ ଜଗତ ସହିତ ମାନବର ସଂପର୍କ ନିରବଛିନ୍ନ ଭାବରେ ରହିଆସିଛି । ଏକଦା ବନର ଶାନ୍ତ ପରିବେଶରେ ମାନବ ସଭ୍ୟତାର ସ୍ପୁରଣ ଘଟିଥିଲା ବନର ଫଳମୂଳ ମାନବର ଥିଲା ଖାଦ୍ୟ ବୃକ୍ଷର ବଳ୍କଳ ଥିଲା ତାହାର ଲଜ୍ଜାନିବାରକ ବସ୍ତ୍ର ଏବଂ ବୃକ୍ଷଲତା ଥିଲା । ତାହାର ଔଷଧ ତେଣୁ ବୃକ୍ଷ ଥିଲା ମାନବର ବନ୍ଧୁ ଓ ସହାୟକ ସେହି ବୃକ୍ଷ ଆଜି ଲୋପ ପାଇଯାଇଛି ତାହାକୁ ବଞ୍ଚାଇ ରଖିବାକୁ ପ୍ରଧାନ ମନ୍ତ୍ରୀଙ୍କ ପ୍ରଚେଷ୍ଟା "ମା ପାଇଁ ଗଛ ଟିଏ " କାର୍ଯ୍ୟକ୍ରମ ଏହି କାର୍ଯ୍ୟକ୍ରମ ସାର ଦେଶରେ ପାଲନ କରା ଯାଉଛି , ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ "ମା ପାଇଁ ଗଛ ଟିଏ "ସ୍କୁଲ ର ଛାତ୍ର ଛାତ୍ରୀ ଓ ଅଭିବାକ ଏବଂ SMC କମିଟିର ସଦସ୍ୟ ମାନେ ଗୋଟି ଗୋଟିଏ ଗଛ ଲଗାଇଥିଲେ ।ଅତି ଆନନ୍ଦ ଉଲ୍ଲାସରେ ବକଡ଼ାବେଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ଏଥିରେ ପ୍ରଧାନଶିକ୍ଷକ ନିସିକାନ୍ତ ସରକାର, GTS ବିନତି ବେହେରା ସହକାରୀ ଶିକ୍ଷକ ଦିଲକୁମାର ସିଂ, ଛାତ୍ରଛାତ୍ରୀ,SMC କମିଟିର ସଭାପତି କେଶବ ଭତ୍ରା, ଭୋଜନ କଲାର, ସହଦେବ ପନକା,ଗୌବରଦ୍ଧନ ଭତ୍ରା, ସମସ୍ତେ ମିଶି ମା' ପାଇଁ ଗଛ ଟିଏ ଲଗାଇଥିଲେ।