Hot Posts

6/recent/ticker-posts

ଏମ ବିକେ ,ସିଆରପି ସଂଘ ପକ୍ଷରୁ ବ୍ଲକ୍ ସମ୍ମୁଖରେ ଗଣଧାରଣା ।

କନ୍ଧମାଳ,  ୨୨/୯ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଏମ ବି କେ ,ସିଆରପି ସଂଘ ପକ୍ଷରୁ ବ୍ଲକ୍ ସମ୍ମୁଖରେ ଗଣଧାରଣା । ସୂଚନା ପ୍ରକାରେ ଆଜି ବ୍ଲକ ସ୍ତରୀୟ ଏମ ବି କେ, ସିଆରପି ସଂଘ ଖଜୁରୀପଡ଼ା ପକ୍ଷରୁ କମୁନିଟି ସୋପଟ ଇନସେଣ୍ଟିଭ ଦରମା ପରିବର୍ତ୍ତେ ସ୍ଥାୟୀ ଦରମା ଦାବିରେ ବ୍ଲକ ସମ୍ମୁଖରେ ଗଣଧାରଣା କରିଛନ୍ତି । ଏହି ବିଷୟରେ ସ୍ଥାନୀୟ ବିଡ଼ିଓ ଶ୍ରୀ ଶୁଭ ଦତ୍ତାତ୍ରେୟ ବାହୀନିପତିଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରି ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ସଂଘ ସଭାନେତ୍ରୀ କଲ୍ୟାଣୀ ଦାଶ ଓ ସମ୍ପାଦିକା ସବିତା ମଲିକ । ଯେ ପର୍ଯ୍ୟନ୍ତ ପ୍ରଶାସନ ଓ ସରକାର ଏହାର କୈାଣସି ନିଷ୍ପତ୍ତି ନ ନେଇଛନ୍ତି ସେ ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ଗଣଧାରଣା ଜାରି ରହିବ ବୋଲି କହିଛନ୍ତି । ଖଜୁରୀପଡ଼ା ବ୍ଲକ ୧୪ ଗୋଟି ପଞ୍ଚାୟତର ସମସ୍ତ ସିଆରପି ଏମ ବିକେ ଯୋଗଦେଇ ସ୍ଥାୟୀ ନିଯୁକ୍ତି ଆମର ଦାବି, କାର୍ଯ୍ୟ ଅନୁଯାୟୀ ବର୍ଦ୍ଧିତ ଦରମା ଆମର ଦାବି,ଛଅ ମାସର ବକେୟା ଦରମା ଆମର ଦାବି, ରେଭନ୍ୟୁଭିଲେଜ୍ ପ୍ରହସନ ବନ୍ଦକର ପରି ପ୍ଲାକାର୍ଡ ଧରି ଗଣଧାରଣା ସହ ନାରା ଦେଇ ଥିଲେ । ଏହି ବିଷୟରେ ବିଡ଼ିଓ ଶ୍ରୀ ବାହିନୀପତି ଙ୍କୁ ପଚାରି ବୁଝିବାରୁ ଆମ ବ୍ଲକ ସ୍ତରରେ ଏହାର କୈାଣସି ପଦକ୍ଷେପ ନିଆଯାଇ ପାରିବ ନାହିଁ ବୋଲି କହିଛନ୍ତି ।