Hot Posts

6/recent/ticker-posts

ବିଡିଓଙ୍କ ଆଶ୍ରମ ବିଦ୍ୟାଳୟ ଓ ସ୍ଵୟଂ ସହାୟିକା ଗୋଷ୍ଠୀ ଫାର୍ମ ପରିଦର୍ଶନ

କନ୍ଧମାଳ, ୨୨/୯ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବିଡ଼ିଓ ଶ୍ରୀ ଶୁଭ ଦତ୍ତାତ୍ରେୟ ବାହୀନିପତି ବ୍ଲକ ଅଧିନସ୍ଥ ରଣପାଟୁଳୀ, ଲାମ୍ବାଗୁଡ୍ରି, ସୁଡ୍ରେଜୁ ଆଶ୍ରମ ବିଦ୍ୟାଳୟ ରବିବାର ଦିନ ପରିଦର୍ଶନ କରିଛନ୍ତି । ପରିଦର୍ଶନ ସମୟରେ ବିଡ଼ିଓ ସେବାଶ୍ରମ ବିଦ୍ୟାଳୟ ଗୁଡିକରେ କି ଭଳି ଶିକ୍ଷା ପ୍ରଦାନ କରାଯାଉଛି ଓ ହଷ୍ଟେଲରେ ରହି ପିଲା ମାନେ କିପରି ପାଠ ପଢ଼ୁଛନ୍ତି ଏବଂ ସେମାନଙ୍କର କ'ଣ କ'ଣ ସମସ୍ୟା ରହିଛି ପଚାରି ବୁଝିଥିଲେ । ପିଲାମାନେ ଉତ୍ତମ ଶିକ୍ଷା ଗ୍ରହଣ କରି ଭବିଷ୍ୟତ ଗଠନରେ କିପରି ଯତ୍ନବାନ ହେବାସହ ଭଲ ମଣିଷ ହୋଇ ପାରିବେ ସେଥିପାଇଁ ଗୁରୁମନ୍ତ୍ର ଦେଇଥିଲେ । ତଦ୍ ସହିତ ବିଦ୍ୟାଳୟ ଗୁଡିକରେ ଥିବା ବିଭିନ୍ନ ସମସ୍ୟାର କିପରି ସମାଧାନ ହେବ ସେଥିପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଏହାବ୍ୟତୀତ ସ୍ଵଂୟ ସହାୟିକା ଗୋଷ୍ଠୀ ପ୍ରେମଝରୀ ପିଜି ଗ୍ରୁପ୍ ଫିଲ୍ଡ,ପଲିନର୍ସରୀ ଓ ସୁଡ୍ରୁକୁମ୍ପା ଗ୍ରାମର ଫିସରି ଫାର୍ମି ବୁଲି ଦେଖିବା ସହିତ କିପରି ଅଧିକରୁ ଅଧିକ ରୋଜଗାରକ୍ଷମ ହୋଇପାରିବେ ସେ ବିଷୟରେ ସ୍ଵୟଂ ସହାୟିକା ସଦସ୍ୟା ମାନଙ୍କ ସହ ଆଲେଚନା କରିଥିଲେ ।