ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଭ୍ୟନ୍ତରଣୀୟ ଅଭିଯୋଗ କମିଟିର ବୈଠକ
ଖଜୁରୀପଡା, ୦୪/୦୯ (ଅଚ୍ୟୁତ ଜାନୀଙ୍କ ରିପୋର୍ଟ) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ସଦରମହକୁମା ସ୍ଥିତ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆଭ୍ୟନ୍ତରଣୀୟ ଅଭିଯୋଗ କମିଟିର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡଃ ପ୍ରଶାନ୍ତ କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ନଅ ଜଣିଆ କମିଟିର ପିଓ ଶ୍ରୀମତୀ ଜ୍ୟୋସ୍ନାରାଣୀ ମଲ୍ଲିକ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସରକାରଙ୍କର ନବନିର୍ମିତ କମିଟିର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅଭିଭାଷଣ ମାଧ୍ୟମରେ ଜଣାଇବା ସହିତ ସରକାରଙ୍କ ତରଫରୁ ଜାରି ହୋଇଥିବା ନିଶୁଳ୍କ ଯୁକ୍ତ ଅଭିଯୋଗ ଟେଲିଫୋନ ନମ୍ବର ପ୍ରଦାନ କରି ଥିଲେ । ତଦ୍ ସହିତ ଛାତ୍ରୀ ମାନଙ୍କୁ ହାରସ ମେଣ୍ଟ,ରାଗିଂ,ଗାଲିଗୁଲୁଜ,ଅସଦ ବ୍ୟବହାର, ନିଶାଦ୍ରବ୍ୟ ସେବନ, ଇତ୍ୟାଦି ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା । କମିଟିର କନଭେନର୍ ଶ୍ରୀ ପ୍ରମୋଦ କୁମାର ନାୟକ ତାଙ୍କ ଅଭିଭାଷଣରେ ଯଦି ଏପରି କିଛି ଅଭିଯୋଗ ଆସେ ତେବେ କିପରି ସମାଧାନ କରିବା ଓ ଶୃଙ୍ଖଳାର ସହ ରହି ଆଇନର ଆଶ୍ରୟ ନେବା ଆବଶ୍ୟକ ସେ ବିଷୟରେ ବୁଝାଇ ଥିଲେ । ଏଥିରେ କମିଟିର ଶ୍ରୀମତୀ କୃଷ୍ଣା ମୋହିନୀ ପାଢୀ, ସୁଶ୍ରୀ ବିନୋଦିନୀ ପ୍ରଧାନ, ଶ୍ରୀ ପ୍ରଭାତ କିଶୋର ପାଢୀ, ଶ୍ରୀ ରଶ୍ମିରଞ୍ଜନ ଲେଙ୍କା, ସୁଶ୍ରୀ ସ୍ନେହଲତା ମହାନ୍ତି, ସୁଶ୍ରୀ ମନିଷା ମଲ୍ଲିକ,ଆଶିଷ ମୁଖୀ, ବାସୁଦେବ ସାହୁ, ସୁଶ୍ରୀ ସନ୍ତୋଷିନୀ ସାହୁ, ରାମକୃଷ୍ଣ ପଣ୍ଡା, ରଞ୍ଜନ କୁମାର ବେହେରା, ପ୍ରଫୁଲ୍ଲ କୁମାର ବେହେରା, ସୀତା ପ୍ରଧାନ ସଦସ୍ୟ ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।