ପୋଲିସର ଅପରେସନ ପ୍ରହାର ଆରମ୍ଭ।ଗଣମାଧ୍ୟମରେ ଲେଖାର ପ୍ରଭାବ ଜବତ କଲେ ବେଆଇନ ଗୁଟଖା ଏବଂ ଗଂଜେଇ
ଜୟପୁର, ୦୪ / ୦୯ ( ଏ. ଭେଙ୍କଟ ରାଓ ) : କୋରାପୁଟ ଜିଲ୍ଲା ପୋଲିସ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ସାରା ଜିଲ୍ଲାରେ ଗଞ୍ଜେଇ ତମାଖୁ ସିଗାରେଟ ଏବଂ ଅନ୍ୟାନ୍ୟ ମାଦକ ଦ୍ରବ୍ୟର ବେଆଇନ ବିକ୍ରୀ ଏବଂ ଚାଲାଣ କାରବାର ରୋକିବାକୁ ଆରମ୍ଭ କରିଛନ୍ତି ଅପରେସନ ପ୍ରହାର। ଏହି ଅପରେସନରେ ଧାର୍ମିକ ଅନୁଷ୍ଠାନ ଏବଂ ବିଦ୍ୟାଳୟ ଆଖ ପାଖ ଅଞ୍ଚଳରେ ନିଶାଦ୍ରବ୍ୟ ସେବନ ଏବଂ ବିକ୍ରୀକୁ ରୋକିବାକୁ ପ୍ରୟାସ କରାଯାଇଛି। ଜୟପୁର ଟାଉନ ଥାନା ପରିସରରେ ଏକ ସାମ୍ୱାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରହିତ ବର୍ମା ଜୟପୁର ଉପଖଣ୍ଡ ପୋଲିସ ଅଧିକାରୀ ପାର୍ଥ ଜଗଦୀଶ କାଶ୍ୟପ ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ଏବଂ ସ୍ଵାସ୍ଥ୍ୟ କର୍ମଚାରି ସତ୍ୟ ନାରାୟଣଙ୍କ ଉପସ୍ଥିତି ସହରର ଗୁଟଖା ବ୍ୟବସାୟୀ ସୁଶାନ୍ତ ନାରାୟଣ ସାହୁ ଏବଂ ମନୋଜ ଗୁପ୍ତାଙ୍କ ବ୍ୟବସାୟ ପ୍ରତିଷ୍ଠାନରୁ ବିପୁଳ ପରିମାଣରେ ବେଆଇନ ଗୁଟଖା ଠାବ କରି ଜବତ କରିଥିଲେ। ପ୍ରକାଶ ଥାଉକି ଏହି ଉଭୟ ବ୍ୟବସାୟୀଙ୍କ ଠାରୁ ଆଗରୁ ବହୁବାର ଗୁଟଖା ଜବତ କରିଥିଲେ ସୁଦ୍ଧା ଏମାନେ ସୁଧୁରୁ ନଥିବା ଏହି ଅପରେସନ ପ୍ରହାର ସାବ୍ୟସ୍ତ କରୁଛି ଏବଂ ଏହି ବ୍ୟବସାୟୀ ଦୁଇ ଜଣ ଅସତ ଉପାୟରେ ବହୁ ସ୍ତାବର ଏବଂ ଅସ୍ତାବର ସମ୍ପତି ଠୁଳ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ରାଜ୍ୟ ସରକାର ଏହି ବେଆଇନରେ ଠୁଳ କରିଥିବା ସମ୍ପତିକୁ ଆଇନ ଅନୁଯାଇ ବାଜ୍ୟାପ୍ତ କରିବାକୁ ପଦଖେପ ନେବାକୁ ସାଧାରଣରେ ଦାବୀ ହୋଇଛି। ଏହି ବେଆଇନ ଗୁଟଖା ବିକ୍ରୀ ସମ୍ବନ୍ଧେ ଆମ ସୁର୍ଯ୍ୟପ୍ରଭାରେ ପ୍ରକାଶିତ ହେବାପରେ ପୋଲିସ ପ୍ରସାଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜିଲ୍ଲାରେ କୋଟୋପା ଆଇନ ଦିଗହରା ହୋଇଥିବା ବେଳେ ଏହି ଧରପୋଗଡ ଖାଲି ଆଖି ଦୃଷୀୟା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।ଏହି ଗୁଟଖା ଜବତ ସହ କାକିରିଗୁମା ଥାନା ୩୯୪.୯୦୦ କିଲୋ ସେମଳିଗୁଡା ଥାନା ୩୨ କିଲୋ ଜୟପୁର ଥାନା ୫ କିଲୋ ପୋଲିସ ଜବତ କରିବାରେ ସଫଲ ହୋଇଛି ଏବଂ ଏକ ଚୋରି ମୋଟର ସାଇକେଲ ସହ ତିନି ଜଣଙ୍କୁ ଗିରଫ କରିଛନ୍ତି ସେମାନଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ରୋହିଥିବା ସାମ୍ୱାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି