ଧାରଣାରେ ବସିଲେ ମିଶନ ଶକ୍ତି ମହିଳା
ବରୀ, ୨୪ / ୦୯ ( ରଂଜିତ ମହାନ୍ତି ) : ବରୀ ବ୍ଲକ ଅଧୀନ ୨୯ଟି ପଞ୍ଚାୟତ ମିଶନ ଶକ୍ତିରେ କାର୍ଯ୍ୟ କରୁଥିବା ସିଆର୍ପି, ଏମବିକେ ଓ ବ୍ୟାଙ୍କ ମିତ୍ରମାନେ ମଙ୍ଗଳବାର ବିଭିନ୍ନ ଦାବି ନେଇ ବ୍ଲକ ଅଫିସ୍ ସମ୍ମୁଖରେ ଧାରଣା ଦେଇଛନ୍ତି। ଏହି କର୍ମଚାରୀମାନେ ଗତ ଏପ୍ରିଲରୁ ଦରମା ପାଇବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ | ବିଶେଷକରି ସିଆର୍ପିମାନଙ୍କୁ ସ୍ଥାୟୀ ନିଯୁକ୍ତି ଓ ପୂର୍ବ ସରକାରଙ୍କ ନିର୍ଦ୍ଧାରିତ ଦରମାକୁ କାର୍ଯ୍ୟକାରୀ କରା ନ ଯିବା ପର୍ଯ୍ୟନ୍ତ ସେମାନେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଏ ବିଷୟରେ ଧାରଣାରେ ବସିଥିବା ମିଶନ ଶକ୍ତିର ମହିଳାମାନେ । ସମ୍ପୃକ୍ତ ବିଭାଗର ବିପିଏମ୍ ଅନିରୁଦ୍ଧ ସାହୁ କହିଛନ୍ତି, ରାଜ୍ୟ ସରକାରଙ୍କ ପତ୍ର ସଂଖ୍ୟା ୨୬୭୦ ତା୨୯/୦୩ ୨୦୨୫ରିଖ ଅନୁଯାୟୀ କାର୍ଯ୍ୟରତ ସିଆର୍ପିମାନଙ୍କୁ ମାସିକ ଦରମା ବଦଳରେ ଇନିସିଏଟିଭ ଆକାରରେ ପ୍ରାପ୍ୟ ଅର୍ଥ ଦେବାକୁ ନିର୍ଦ୍ଦେଶ ଆସିଛି। ଏହି ଧାରଣାରେ ସଭାପତି ଶୈଳବାଳା ଦାସ, ଉପସଭାପତି ସୁନିତା ଜେନା, ସମ୍ପାଦିକା ହେମାଙ୍ଗିନୀ ଜେନା, କୋଷାଧ୍ଯକ୍ଷା ସତ୍ୟଭାମା ଜେନାଙ୍କ ସମେତ ଅନସୂୟା ତ୍ରିପାଠୀ, ମନୁଶ୍ରୀ ରାଉତ, ଦୀପ୍ତିରେଖା ଜେନା, ମିନତି ଦାସ, ସସ୍ମିତା ଜେନା, ପୁଷ୍ପଲତା ମଲ୍ଲିକ, ସୁଭଦ୍ରା ଦାସ, ଆଶାଲତା ମଲ୍ଲିକ ଓ ସୁମିତ୍ରା ଜେନା ପ୍ରମୁଖ ଯୋଗଦେଇଥିଲେ।
ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ