ବିଜେପିର "ଆତ୍ମନିର୍ଭର ଭାରତ" କର୍ମଶାଳା, ୨୦୪୭ ପର୍ଯ୍ୟନ୍ତ ବିକଶିତ ଭାରତ ଭିଜନକୁ ସାକାର କରିବା ପାଇଁ ଜନସଚେତନତା ଅଭିଯାନ।
ଭବାନିପାଟଣା, ୨୩ | ୯ ( ବିଷ୍ଣୁ ଚରଣ ସ୍ୱାଇଁ ) : ସ୍ୱଦେଶୀ ଆପଣାଅ ଦେଶ ବଞ୍ଚାଅ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଜନ ୨୦୪୭ ପର୍ଯ୍ୟନ୍ତ ବିକଶିତ ଭାରତ ସ୍ବଦେଶସୀ ଭାରତ ସ୍ୱପ୍ନକୁ ସାକାର କରିବାପାଇଁ କଳାହାଣ୍ଡି ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ ଙ୍କ ନେତୃତ୍ଵ ରେ ସ୍ଥାନୀୟ ଟାଉନ୍ ହଲ୍ ଠାରେ ଆତ୍ମ ନିର୍ଭର ଭାରତ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଯାଇଅଛି। ଦେଶ ବାସୀ ଙ୍କୁ ଆତ୍ମ ନିର୍ଭର ହେବା ପାଇଁ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସେହି ବାର୍ତ୍ତା କୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଉଦ୍ୟେଶ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଆତ୍ମ ନିର୍ଭର ଭାରତ ରାଜ୍ୟ ସଂଯୋଜକ ତଥା କନ୍ଧମାଳ ସାଂସଦ ସୁକାନ୍ତ ପାଣଗ୍ରାହୀ ଯୋଗଦେଇ ଥିଲେ। ଏହି କର୍ମଶାଳା ରେ ୪୧ଟି ମଣ୍ଡଳ ରୁ ଚୟନ ହୋଇଥିବା ସଂଯୋଜକ ଓ ସହ ସଂଯୋଜକ ମାନଙ୍କୁ ସମ୍ବୋଧିତ କରିବା ସହ ଆତ୍ମ ନିର୍ଭର ହେବା ପାଇଁ ଜନସଚେତନତା ପାଇଁ ଘର ଘର ବୁଲି ଲୋକଙ୍କୁ ଜାଗୃତ କରିବା ପାଇଁ କହିଥିଲେ। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ପକ୍ଷରୁ ଆତ୍ମ ନିର୍ଭର ହେବା ପାଇଁ ବିଭିନ୍ନ ପ୍ରକାର ସରକାରୀ ଯୋଜନା ବିଭିନ୍ନ ବିଭାଗ ରେ ଉପଲବ୍ଧି ରହିଅଛି ତାହା ଉପଯୋଗ କରି କୃଷକ , ଛାତ୍ରଛାତ୍ରୀ, ବ୍ୟବସାୟୀ, ଯୁବକ ଯୁବତୀ ସମସ୍ତେ କିପରି ଆତ୍ମନିର୍ଭରଶିଳ ହେବେ ତାହା ଗୁରୁତ୍ୱ ଦିଆଯିବ ବୋଲି କରିଥିଲେ। କର୍ମଶାଳା ରେ ଜିଲ୍ଲା ସାଧାରଣ ସମ୍ପାଦକ ଜୟସଙ୍କର ନାଏକ ମଞ୍ଚ ପରିଚାଳନା କରିଥିଲେ ଓ ଆତ୍ମ ନିର୍ଭର ଭାରତ ଜିଲ୍ଲା ସଂଯୋଜକ ସତ୍ୟ ବେହେରା ଙ୍କ ସହ ସଂଯୋଜକ ଲୋକନାଥ ଦୁର୍ଗା , ପୂର୍ବତନ ଜିଲ୍ଲା ସଭାପତି ଭବେନ୍ଦ୍ର ପଣ୍ଡା , ଆର୍ତ୍ତତ୍ରାଣ ମହାପାତ୍ର,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ମାଝୀ , ଅନିରୁଦ୍ଧ ପ୍ରଧାନ ,ପୂର୍ବତନ ଜିଲ୍ଲପରିଷଦ ଅଧ୍ୟକ୍ଷା ନମିତା ସାହୁ , ଯୁବମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିବ୍ୟଜ୍ୟୋତି ମୁଣ୍ଡ, ଜିଲ୍ଲା ମିଡ଼ିଆ ସଂଯୋଜକ ନରହରି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ