ଜୁନାଗଡ଼, ୨୩ / ୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲାର ଜୁନାଗଡ ବ୍ଲକ ଅନ୍ତର୍ଗତ ତାଲପଦର୍ ଗ୍ରାମ ର ଦକ୍ଷିଣ କେନାଲ ରେ ଗତକାଲି ସ୍ୱଚ୍ଛ ହେବାକୁ ଯାଇଥିବା ବେଳେ ଉକ୍ତ ଗ୍ରାମ ର ଦ୍ରୋଣ ବାଗ ବୟସ ୫୫ ଗତ କାଲି ଅପରାହ୍ନ ୪ଟାରେ ନିଖୋଜ ହେଇ ଯାଇ ଥିଲେ।ପରିବାର ପକ୍ଷରୁ ଚିଲଗୁଡ଼ା ପାଣ୍ଡି ରେ ଏକ ନିଖୋଜ ମାମଲା ଦାୟାର କରିଥିଲେ । ଜୁନାଗଡ଼ ଅଗ୍ନିଶମ ବିଭାଗ ଆସି ଖୋଜା ଥିଲେ ମଧ୍ୟ ପାଇନଥିଲେ ।ଆଜି କଲମପୁର ଅଗ୍ନିଶମ ବିଭାଗ ଓ ଚିଲଗୁଡା ପୋଲିସ ସହାୟତାରେ ଶବ ଉଦ୍ଧାର କରି ଜୁନାଗଡ଼ ହସ୍ପିଟାଲ ରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକେ ଙ୍କୁ ଶବ ହସ୍ତାନ୍ତର କରିଥିଲେ ।ପରିବାର ପକ୍ଷରୁ ସରକାରୀ ସହାୟତା ପାଇଁ ଜିଲ୍ଲା ପ୍ରଶାସନ କୁ ନିବେଦନ କରିଛନ୍ତି।

 କଳାହାଣ୍ଡି ଜିଲ୍ଲା ରୁ ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ