Hot Posts

6/recent/ticker-posts

ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ଆଇନ ସଚେତନତା ଶିବିର

ରାୟଗଡ଼ା, ୧୮ / ୦୯ ( ଭି. ଗୌରି ଶଙ୍କର ରାଓ ) : ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅଦ୍ୟ ତା-୧୮.୦୯.୨୦୨୫ ରିଖ ଗୁରୁବାର ଦିନ ଘ. ୧୨.୦୦ମି ରେ ସ୍ଥାନୀୟ ରାୟଗଡା ମହିଳା ମହାବିଦ୍ୟାଳୟ ପରିସରରେ “Safety on Social Media Platform & Cyber laws” ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ରାୟଗଡା ଥାନାର ସାଇବର ଇନ୍ସପେକ୍ଟର ଶ୍ରୀ ଅଭିନାସ ରେଡି, ରାୟଗଡା ବାର ଆସୋସିଏସନର ଓକିଲ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ପ୍ରଣ୍ଟ ଅଫିସ ରିଟେନର ଶ୍ରୀ ବିଶ୍ୱନାଥ ଗନ୍ତାୟତ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ପାନେଲ ଓକିଲ ଶ୍ରୀ ଦେବରାଜ ନାୟକ, ରାୟଗଡା ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷା ଙ୍କ ସମେତ ଛାତ୍ରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ I ସାଇବର ଥାନାର ଇନ୍ସପେକ୍ଟର ଶ୍ରୀ ଅଭିନାସ ରେଡି ନିଜର ବକ୍ତବ୍ୟରେ କିପରି ନିଜକୁ ସାମାଜିକ ଗଣମାଧ୍ୟମ ରୁ ସୁରକ୍ଷା କରିବା, ସାଇବର ଆଇନ, ଅନଲାଇନ ରୁ କିପରି ଠକାମି ର ଶିକାର ନହେବା ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ I ସେହିପରି ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ନିଜର ବକ୍ତବ୍ୟରେ ଅନଲାଇନ ରେ ଠକାମିର ଶିକାର ହେଲେ ସେମାନଙ୍କ ପାଇଁ ବ୍ୟବସ୍ଥା ଓ ସେମାନଙ୍କ ପାଇଁ ଆଇନରେ ଉଦ୍ଧିଷ୍ଟ ଥିବା ବିଭିନ୍ନ ଧାରା ଉପରେ ଆଲୋକପାତ କରିଥିଲେ I ସେହିପରି ଉପସ୍ଥିତ ଥିବା ଅନ୍ୟ ଅତିଥିମାନେ ନିଜର ବକ୍ତବ୍ୟରେ ସାଇବର ଆଇନ ଓ ତାର ସୁରକ୍ଷା ଉପରେ ବିସୃତ ଭାବରେ ଆଲୋଚନା କରିଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ମହିଳା ମହାବିଦ୍ୟାଳୟ, ରାୟଗଡା ର ଛାତ୍ରୀ ଓ ଓ ମାନ୍ୟବର ଅତିଥି ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I