Hot Posts

6/recent/ticker-posts

ପ୍ରେସ୍ ୟୁନିଅନ ର ମା ପାଇଁ ଗଛ ଟିଏ ଅଭିଯାନ ଆରମ୍ଭ

ରାୟଗଡ଼ା, ୧୮ / ୦୯ ( ଭି. ଗୌରି ଶଙ୍କର ରାଓ ) : ପ୍ରେସ୍ ୟୁନିଅନ ରାୟଗଡ ତରଫରୁ ମା ପାଇଁ ଗଛ ଟିଏ ର ଅଭିଯାନ ଆଜି ଠାରୁ ଆରମ୍ଭ ହୋଇଛି .ଏହି ଅଭିଯାନ ମାଧ୍ୟମରେ ସମଗ୍ର ଜିଲ୍ଲା ରେ ଏକ ହଜାର ବୃକ୍ଷ ରୋପଣ କରାଯିବାକୁ ୟୁନିଅନ ପକ୍ଷରୁ ନିଷ୍ପତି ନିଆଯାଇଥିବା ପ୍ରକାଶ କରିଛନ୍ତି ୟୁନିଅନ ର ସାଧାରଣ ସମ୍ପାଦକ ଶିବାଜୀ ଦାଶ . ଅଭିଯାନ ପ୍ରାରମ୍ଭରେ ରାୟଗଡ ସହର ସର୍କିଟ ହାଉସ ନିକଟସ୍ଥ ଇଣ୍ଡୋର ଷ୍ଟାଡ଼ିଅମ ନିକଟରେ ବୃକ୍ଷ ରୋପଣ ଆରମ୍ଭ କରାଯାଇଛି .ଏଥିରେ ୟୁନିଅନ ର ସଭାପତି ଅମୁଲ୍ୟ ରତ୍ନ ସାହୁ , ଉପଦେଷ୍ଟା ସୁରେଶ ଚନ୍ଦ୍ର ଦାଶ ,ସଭ୍ୟ ସନ୍ତୋଷ ପାଣିଗ୍ରାହୀ ,ବି ରାବଣା ,ସୁରେଶ ନାୟକ ,ମୋନରଞ୍ଜନ ଶତପଥି ସାମ୍ବାଦିକ ବି ନାଗରାଜୂ ,କେ .କେ .ପଟନାୟକ ,ରାୟଗଡ ଫୋରେଷ୍ଟ ରେଞ୍ଜଅଫିସର କାମେଶ୍ୱର ଆଚାରି ପ୍ରମୁଖ ଉପସ୍ଥିତ ଥିଲେ .