ଚାରଙ୍ଗୁଲ୍ ଗ୍ରାମ ପଂଚାୟତ ରେ ଏକ ପେଡ୍ ମା କେ ନାମ ୦୧
କୋରାପୁଟ, ୧୭/୦୯ (ରଜତ କୁମାର ବାଘ) : କୋରାପୁଟ ଜିଲ୍ଲା ଅନ୍ତର୍ଗତ ସେମିଳିଗୁଡା ବ୍ଲକ ନିକଟସ୍ଥ ଚାରଙ୍ଗୁଲ୍ ଗ୍ରାମ ପଂଚାୟତ ରେ "ଏକ ପେଡ଼ ମା କେ ନାମ" କାର୍ଯ୍ୟକ୍ରମରେ, ସରପଞ୍ଚ ଫୁଲମତି ପୂଜାରୀ, ପୂର୍ବତନ ସରପଞ୍ଚ ତଥା ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ଶେଖର ଇଡିଂ, ଆଂବେଦକର ଆସୋସିଏସନର ସଧାରଣ ସମ୍ପାଦକ ଶ୍ରୀ ହରେଶ୍ ହନ୍ତାଳ, PEO - Vision kumar bhatra (charangul G p)ସମାଜ ସେବୀ ବାସୁଦେବ ପୂଜାରୀ, ପଦୁ ମୁଦୁଲି, ରାମ ବିଶୋଇ, ସି ଆର୍ ପି, ଶ୍ରୀମତୀ ଚମ୍ପାବତି ପାଣି, ଏଵଂ ସ୍ବାସ୍ଥ୍ୟ କର୍ମୀ ସମେତ ଅନେକ ପ୍ରମୁଖ ବ୍ୟକ୍ତି ଗଣ ଉପସ୍ଥିତ ଥାଇ ଆଂବେଦକର ପାହାଡ଼ରେ ବୃକ୍ଷ ରୋପଣ କରାଯାଇଛି। ପ୍ରକୃତରେ ବୃକ୍ଷ ରପଣ କରିବା ସାଧାରଣ ଲୋକଙ୍କ ମଧ୍ୟ ଦାୟିତ୍ୱ ରହିଛି। ବୃକ୍ଷ ପରିବେଶ କୁ ସୁସ୍ଥ ରଖେ, ଠିକ୍ ସମୟରେ ବର୍ଷା ବର୍ଷେ ତା ଛଡ଼ା ଭରପୁର ଫସଲ ଉତ୍ପନ୍ନ ହେଇଥାଏ। ଏଣୁ କୌଣସି ବ୍ୟକ୍ତିଙ୍କ ବିଜ୍ଞାପନ ରେ ବିଶ୍ୱାସ କି ବଢ଼ାବା ନ ଦେଇ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ପ୍ରତ୍ୟେକ ବ୍ୟକ୍ତି ପ୍ରତ୍ୟେକ ଦିନ ବୃକ୍ଷ ରୋପଣ କରିବା ଉଚିତ୍,
କୋରାପୁଟ ଜିଲ୍ଲା ରୁ ରଜତ ବାଘଙ୍କ ରିପୋର୍ଟ୍ .NABADUTA NEWS ଓଡ଼ିଶା।