ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ସେବାପକ୍ଷରେ ରକ୍ତଦାନ ଶିବିର, ୫୦ ୟୁନିଟ ରକ୍ତ ସଂଗ୍ରହ
କନ୍ଧମାଳ, ୨୩/୯ ( ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଖଜୁରୀପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଭାରତୀୟ ଜନତା ପାର୍ଟି ଖଜୁରୀପଡା ମଣ୍ଡଳ ତରଫରୁ ସଭାପତି ଶ୍ରୀ ରଞ୍ଜନ କୁମାର କହଁରଙ୍କ ତତ୍ୱାବଧାନରେ ଆଜି ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଚାଲିଥିବା ସେବାପକ୍ଷ ପାଇଁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଶିବିରରେ ମୋଟ ୫୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ଡଃ ଜୟଦୀପ ଘୋଷ ଏବଂ ରକ୍ତ ଭଣ୍ଡାର କର୍ମଚାରୀ ଉକ୍ତ ଶିବିରରେ ପ୍ରତ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ । ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଉର୍ବଶୀ ଦିଗାଲ, ମଣ୍ଡଳ ସଭାପତି ରଞ୍ଜନ କୁମାର କହଁର,ସାଂସଦ ପ୍ରତିନିଧି ମନୋଜ କୁମାର ପଣ୍ଡା, ବିଧାୟକ ପ୍ରତିନିଧି ଅନନ୍ତ କୁମାର ଦିଗାଲ, ବିଧାୟକ ସ୍ୱାସ୍ଥ୍ୟ ପ୍ରତିନିଧି ରାଈକିଶୋର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଶିବିର ଉଦଘାଟନ ସହ ରକ୍ତଦାନ କରିଥିଲେ । ଶିବିର ପରିଚାଳନାରେ ଦଳର ଅନେକ କର୍ମୀ ଯୋଗଦାନ କରି ରକ୍ତଦାନ କରିଥିବା ବେଳେ ସାଧାରଣ ସମ୍ପାଦକ କେଦାର ଗୌରୀ ସାହୁ, ଦଶରଥ ସାହୁ ଙ୍କ ସହ ଯୁବ ନେତା ରୋହିତ କୁମାର ପ୍ରଧାନ, ଅନିଲ କୁମାର ସେଠୀ,ବିଜୟ ସେଠି,ସନାତନ ବେହେରା ଗୋଲକ ମଲିକ ପ୍ରମୁଖ ଶିବିର ପରିଚାଳନା ରେ ସହଯୋଗ ସହ ରକ୍ତଦାନ କରିଥିଲେ । ଖଜୁରୀପଡା ପୋଲିସ ଏସଆଇ ଦୀନବନ୍ଧୁ ପ୍ରଧାନଙ୍କ ସହ ଦୁଇ କର୍ମଚାରୀ ମଧ୍ୟ ରକ୍ତଦାନ କରିଥିଲେ । ଖଜୁରୀପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ନିମାଇଁ ଚରଣ ବିଶି ଶିବିରରେ ରକ୍ତଦାତାଙ୍କୁ ସମସ୍ତ ପରାମର୍ଶ ଦେଇଥିବା ବେଳେ ଆୟୁଷ ଡାକ୍ତର କୃଷ୍ଣଚନ୍ଦ୍ର ବାଡ଼ତିଆ, ଡାକ୍ତର ଚିତ୍ତରଞ୍ଜନ ପ୍ରଧାନ ପ୍ରମୁଖ ରକ୍ତଦାନ କରିଥିଲେ । ବିଜେପି ଖଜୁରୀପଡା ମଣ୍ଡଳର ଅରାପାଜୁ, ଦଳପଡା, ଦୁତିମେଣ୍ଡି, ଦୁତିପଡା, ଖଜୁରୀପଡା, ଆର ନୁଆଁ ଗାଁ ପଞ୍ଚାୟତର ଅନେକ କର୍ମୀଙ୍କ ସହ ସାଧାରଣ ଯୁବକ ଯୁବତୀଙ୍କ ମିଳିତ ସହଯୋଗରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଜୀ ଙ୍କ ଜନ୍ମଦିନରେ ରକ୍ତଦାନ ଶିବିର ସଫଳ କରିଥିବାରୁ ମଣ୍ଡଳ ସଭାପତି ଶ୍ରୀ କହଁର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।