Hot Posts

6/recent/ticker-posts

ପୋଡ଼ାଗଡ଼ରେ ଟ୍ରକ ସହ କେଟିଏମ୍ ବାଇକ୍ ମୁହାଁମୁହିଁ , ବାଇକ୍ ସମ୍ପୂର୍ଣ ଜଳିଯାଇ ୨ ଜଣଙ୍କ ମୃତ୍ୟୁ ଜଣେ ଗୁରୁତର

କୋରାପୁଟ, ୦୨ / ୦୮ ( ସୁମତି ଟାକ୍ରୀ ) କୋରାପୁଟ ଜିଲ୍ଲାର ପୋଡ଼ାଗଡ଼ ଅଞ୍ଚଳ ଆଜି ଏକ ମର୍ମବିଦାରକ ଦୁର୍ଘଟଣା ଦେଖିଛି, ଯେଉଁଥିରେ ଏକ ବିକରାଳ ଟ୍ରକ୍ ଓ କେଟିଏମ୍ ବାଇକ୍ ମଧ୍ୟରେ ହୋଇଥିବା ଭିଷଣ ଧକ୍କାରେ ଦୁଇ ଯୁବକ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି ଓ ଜଣେ ଗୁରୁତର ଥିବା ସୂଚନା ମିଳିଛି । ଘଟଣା ସ୍ଥଳ ହେଉଛି ପୋଡ଼ାଗଡ଼ କନ୍ୟାଶ୍ରମ ନିକଟ ରାଜ୍ୟପଥ। ଆଜି ଘଟିଥିବା ଏହି ଦୁର୍ଘଟଣା ଉପରାନ୍ତ, କେଟିଏମ୍ ବାଇକ୍ (ନମ୍ବର: OD 10A B0231) ପୂରାପୂରି ଜଳି ଯାଇଥିଲା। ଏକ ଅତ୍ୟଧିକ ଗତିରେ ଚାଲିଥିବା ବାଇକ୍, ବିପରୀତ ଦିଗରୁ ଆସୁଥିବା ଟ୍ରକ୍‌ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଭୟଙ୍କର ଅନିଷ୍ଟ ଘଟିଥିଲା ବୋଲି ସ୍ଥାନୀୟ ଲୋକେ ଜଣାଇଛନ୍ତି। ଘଟଣାରେ ପ୍ରାଣ ହରାଇଥିବା ତିନି ଯୁବକ ଟିକିରା ସାହି (କୋରାପୁଟ) ଅଞ୍ଚଳର ବୋଲି ସ୍ଥାନୀୟ ଉତ୍ସରୁ ସୂଚନା ମିଳିଛି। ତେବେ ତାଙ୍କର ପୂର୍ଣ୍ଣ ପରିଚୟ ଓ ନାମ ଏଯାବତ ସର୍ବସାଧାରଣ ହେଉନି। ପରିବାର ସଦସ୍ୟମାନଙ୍କ ସହିତ ସଂଯୋଗ ସ୍ଥାପନ ପରେ ଅଧିକ ତଥ୍ୟ ଉଜାଗର ହୋଇପାରେ ବୋଲି ଜଣାଯାଉଛି ।