Hot Posts

6/recent/ticker-posts

କୋରାପୁଟ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ଉପଲକ୍ଷେ ପ୍ରାକ ପ୍ରସ୍ତୁତି ବୌଠକ ଅନୁଷ୍ଠିତ ।

କୋରାପୁଟ, ୦୨ / ୦୮ ( ବିପିନ କୁମାର ହିଆଲ ) : ଆଜି ସ୍ଥାନୀୟ ସଦଭାବନା ଗୃହ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଚଳିତ ବର୍ଷ ର ସ୍ବାଧୀନତା ଦିବସ ଉପଲକ୍ଷେ ଏକ ପ୍ରାକ ପ୍ରସ୍ତୁତି ବୌଠକ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଙ୍କ ଅଧ୍ଯକ୍ଷତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନ୍ୟତମ ଅତିଥିଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ଯୋଗଦେଇ ଥୂବାବେଳେ ସେଦିନ ର ପ୍ରୋଗ୍ରାମ ଖସଡ଼ାଉପରେ ଆଲୋକପାତ କରାଯାଇଥିଲା ।

ସେଦିନ ସକାଳୁ ରାମ ଧୁନ ପ୍ରଭାତୀ ଫେରି କରାଯିବ ସ୍ଥାନୀୟ ପୋଲିସ ପଡିଆରେ ମୂଖ୍ୟ ଅତିଥ୍ ଙ୍କ ଦ୍ବାରା ପତାକା ଉତ୍ତୋଳନ ପ୍ୟାରେଡ ଅଭିବାଦନ ତାପରେ ରକ୍ତ ଦାନ ଶିବିର ଶାରୀରିକ କ୍ରୀଡା ଏପରିକି କୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିବା ସହ ଅନ୍ୟାନ୍ୟ କାଯ୍ୟକ୍ରମ ରେ ଯୋଗଦେବାର କାଯ୍ୟକ୍ରମ ରହିଛି । ସେହିପରି ପୂର୍ବଦିନ ଏ ଉପଲକ୍ଷେ ଏକ କବିତା ପାଠ ଉତ୍ସବ ଜିଲ୍ଲା ପ୍ରଶାସନ ଦ୍ବାରା କରାଯିବ ବୋଲି ଆୟୋଜକ ଙ୍କ ଦ୍ବାରା ଜଣାପଡିଛି । ସମସ୍ତଙ୍କୁ ନିଦ୍ଧ।ରିତ ସମୟରେ ବିଭନ୍ନ ବିଦ୍ୟାଳୟ ଗୁଡିକ ରେ ପତାକା ଉତ୍ତୋଳନ କରାଯିବାକୁ ବୌଠକ ରେ ନିଷ୍ପତି ନିଆଯାଇଛି