Hot Posts

6/recent/ticker-posts

ପାଣି ପାଇପ ରେ ଛୁଆଁ ଅଛୁଆଁ ଗଣ୍ଡଗୋଳ


କୋରାପୁଟ, ୦୩ / ୦୮ ( ରଜତ ବାଘ ) : କୋରାପୁଟ ଜିଲ୍ଲା ଅନ୍ତର୍ଗତ ମାଥାଲପୁଟ ଗ୍ରାମ ପଂଚାୟତ ନିକଟସ୍ଥ ହାଟପଦା ରେ ପିଇବା ପାଣିକୁ କେନ୍ଦ୍ରକରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘଟଣାରୁ ପ୍ରକଶ ଯେ । ମାଥାଲପୁଟ ହାଟ ପଦାରେ, ଜନ ସାଧାରଣଙ୍କ ଜଳକଷ୍ଟରୁ ମୁକ୍ତି ନିମନ୍ତେ ନାଲକୋ ପକ୍ଷରୁ ପାଇପ୍ ସଂଜଗ କରାଯାଇଛି । କିନ୍ତୁ ଏଠାରେ ଜାତିଆଣ ଆକ୍ଷେପ କରି,ଛୁଆଁ ଅଛୁଆଁ ଭେଦଭାବ କୁ ନେଇ ଏକ ତୁମୁଳ କାଣ୍ଡ ଦେଖିବାକୁ ମିଳିଛି । ପରବର୍ତ୍ତୀ ସମୟରେ ପାଟିତୁଣ୍ଡ ସହିତ ପିଟା ପିଟି ହେଇଛନ୍ତି। ଧିରେ ଧିରେ ଏହା ଅତି ଉଗ୍ରରୂପ ନେଇ ଉଭୟ ଥାନା ଦ୍ୱାରସ୍ଥ ହେଇଛନ୍ତି। ସ୍ଥାନୀୟ ଥାନା ଅଧିକାରିଣି । ,ପୀଡ଼ିତା ରିନା ଦାସଙ୍କ ଅଭିଯୋଗ ଅନୁଧ୍ୟାନ କରି କେଶ୍ ପଞ୍ଜୀକୃତ ହେଇଛି । ଗୋଣ୍ଡଗଳ ରେ ସଂପୃକ୍ତ ଥିବା ମହିଳାଙ୍କ ପୁଅ ମାଧବ ଗୌଡ ଙ୍କ ବିରୁଦ୍ଧରେ ଧାରା 296,351(3),115(୨),74,3(5),3(1)(R) ଲଗାଇ ଥିବାର ଜଣା ପଡିଛି । କିନ୍ତୁ ଅଭିଯୁକ୍ତକୁ ବର୍ତ୍ତମାନ୍ ପର୍ୟ୍ୟନ୍ତ ଗିରଫ କରାଯାଇନଥିବାରୁ ଅଞ୍ଚଳରେ ଅସନ୍ତସ ପ୍ରକାଶ ପାଇଛି। ତାଛଡ଼ା ଘଟଣା କୁ ବର୍ତ୍ତମାନ ଏହି ଅଞ୍ଚଳ ର ବୁଦ୍ଧିଜୀବୀ ଓ ସାଧାରଣ ଲୋକ ମାନେ ତୀବ୍ର ନିନ୍ଦା କରିବା ସହିତ,ଜାତି ଆଣ ଭେଦ ଭାବ ସମାଜ ପାଇଁ ଏକ ବଡ଼ ବିପଦ ବୋଲି ଚର୍ଚ୍ଚା କରୁଛନ୍ତି। ଅଭିଯୁକ୍ତକୁ ତୁରନ୍ତ ଗିରଫ କରୀ ପିଡ଼ିତାକୁ ନ୍ୟାୟ ପ୍ରଦାନ କରିବାକୁ ଅଂଚଳର ବୁଦ୍ଧିଜୀବୀ ମାନେ ଦାବୀ କରିଛନ୍ତି। କାର୍ଯ୍ୟାନୁଷ୍ଠାନ ରେ ଯଦି ବିଳମ୍ୱ ହୁଏ ତାହା ହେଲେ ଆଗାମୀ ଦିନରେ ଲୋକେ ରାଜ ରସ୍ଥାକୁ ଅଲ୍ଲାଇବାକୁ ବାଧ୍ୟ ହେବେ ବଲି ଧମକ ଦେଇଛନ୍ତି।