ରେଙ୍ଗାଲି କେନାଳ ପୋଲ ଠାରୁ ମୃତ ଶବ ଉଦ୍ଧାର
କର୍ଲାମୁଣ୍ଡା ୪/୮(ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେଙ୍ଗାଲି କେନାଲ ଠାରେ ବାଇକ ସହ ଏକ ଶବ ପଡି ରହିଥିବା ସୋମବାର ଭୋର ସକାଳ ସମୟରେ ସ୍ଥାନୀୟ ଲୋକେ ଦେଖିବା କୁ ପାଇଥିଲେ I ଖବର ପାଇ କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ଥବିର ବରିହା ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଶବ ଟିକୁ ଉଦ୍ଧାର କରିଥିଲେ I ତେବେ ଶବ ଟି କର୍ଲାମୁଣ୍ଡା ବସ୍ତି ରେ ରହୁଥିବା ରାଜା ରାମ ନିଆଲ (୩୦)ଙ୍କ ର ବୋଲି ଜଣା ପଡିଥିଲା I ରାଜ ନିଆଲ ରବିବାର ସନ୍ଧ୍ୟାରେ କୌଣସି କାମରେ ଅଗାଧୁପୁର ଗାଁ କୁ ଯାଇ ରାତିରେ ଫେରିବା ସମୟରେ କେନାଲ ରେ ବାଇକ ସହ ପଡି ମୃତ୍ୟୁ ବରଣ କରିଥିବା ସନ୍ଦେହ କରି ରାଜ ଙ୍କ ସମ୍ପର୍କୀୟ ଶଳା ଟୁନୁ ନନ୍ଦ ପୋଲିସ କୁ ଲିଖିତ ଭାବେ ଜଣାଇଛନ୍ତି I ଏନେଇ ଫାଣ୍ଡି ଅଧିକାରୀ ଥବିର ବରିହା ଙ୍କୁ ପଚାରାଯିବାରୁ ଶବ ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା କରିବା ସହ ତଦନ୍ତ ଚାଲିଛି ବୋଲି କହିଥିଲେ I ଏଠାରେ ସୂଚନାଯୋଗ୍ୟ ଯେ ରାଜା ରାମ ଙ୍କ ନିଜ ଘର କୋକସରା ବ୍ଲକ ର ଡୁଙ୍ଗୁରିଗୁଡା ଗ୍ରାମ ର ହୋଇଥିବା ବେଳେ କର୍ଲାମୁଣ୍ଡା ରେ ୨୦୧୫ ମସିହାରେ ବିବାହ କରି ଛୋଟ ଛୋଟ ଦୁଇ ପୁଅ ଓ ପତ୍ନୀ ସହ ରହି ଏଠାରେ ପନିପରିବା ବିକ୍ରି କରି ପରିବାର ପୋଷୁଥିଲେ I