Hot Posts

6/recent/ticker-posts

ଫ୍ରେଣ୍ଡସ୍ କ୍ଲବ ପକ୍ଷରୁ କୋଟଗଡ଼ ଉପାନ୍ତ ଅଞ୍ଚଳ ସିଆରପିଏଫ କ୍ୟାମ୍ପରେ ରକ୍ଷାବନ୍ଧନ ଉତ୍ସବ

ଫୁଲବାଣୀ,  ୧୧ / ୮ (ବିପ୍ର)(ଅଚ୍ୟୁତ ଯାନୀ) : କନ୍ଧମାଳ ଜିଲ୍ଲାର କୋଟଗଡ଼ ବ୍ଲକ ଅନ୍ତର୍ଗତ ଉପାନ୍ତ ଅଞ୍ଚଳରେ କୋଟଗଡ ଫ୍ରେଣ୍ଡସ୍ କ୍ଲବ ପକ୍ଷରୁ ସିଆରପିଏଫ କ୍ୟାମ୍ପରେ ଶନିବାର ଦିନ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ସୂଚନା ପ୍ରକାରେ ଏହି ରକ୍ଷା ବନ୍ଧନ ଓ ଗହ୍ମାପୂର୍ଣ୍ଣୀମା ଏକ ଭାଈ ଭଉଣୀର ଅତୁଟ ବନ୍ଧନ ନିଜର ସୁରକ୍ଷା ପାଇଁ ଭଉଣୀ ଭାଈଙ୍କୁ ଭଗବାନଙ୍କୁ ସାକ୍ଷୀ ରଖି ରାକ୍ଷୀ ବାନ୍ଧି ଥାଏ । ତେଣୁ ଏହି ଦିବସରେ କୋଟଗଡ ଫ୍ରେଣ୍ଡସ୍ କ୍ଲବ ପକ୍ଷରୁ ଉପାନ୍ତ ଅଞ୍ଚଳ ଲଙ୍କାଗଡ,ବଣ୍ଡ୍ରଙ୍ଗି,ବଲକି ଓ ସୁବର୍ଣ୍ଣଗିରି ସିଆରପିଏଫ କ୍ୟାମ୍ପରେ ଅଞ୍ଚଳର ଭଉଣୀ ମାନଙ୍କୁ ନେଇ ନିଜର ପରିବାର ଛାଡି ଦେଶ ସେବା କରୁଥିବା ଭାରତୀୟ ଜବାନ ମାନଙ୍କୁ ରାକ୍ଷୀ ବାନ୍ଧିଥିଲେ । ଦୀର୍ଘ ୫ ବର୍ଷ ହେବ ଏହିପରି ସେବା ଫ୍ରେଣ୍ଡସ୍ କ୍ଲବ କରିଆସୁଛି । ଯାହା ଫଳରେ ଅଞ୍ଚଳର ବୁଦ୍ଧିଜୀବି ମହଲରୁ ପ୍ରଶଂସା କରାଯାଉଥିବା ଶୁଣିବାକୁ ମିଳୁଥିବା ବେଳେ ଉପାନ୍ତ ଅଞ୍ଚଳରେ ବସ ବାସ କରୁଥିବା ଆଦିବାସୀ ଓ ଯବାନ ମାନଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନା କରିବା ପାଇଁ ଏବଂ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଭୟ ଦୂର କରିବା ପାଇଁ ଏହାର ଉଦ୍ଧେଶ୍ୟରେ ବୋଲି କ୍ଲବ ପକ୍ଷରୁ କୁହାଯାଇଛି । ଏଥିରେ କ୍ଲବର ଯୁବ ସମାଜ ସେବୀ ବୁଲୁ ମଲିକ, ପ୍ରବଣ ବେହେରା, ହୀରା ସିଂ ପାତ୍ର,ହରିହର ବାଡିତିଆ, ଦୀନବନ୍ଧୁ ମହାରଣା ପ୍ରମୁଖ ଯାଇ କାର୍ଯ୍ୟକ୍ରମ କରିଥିଲେ ।