ଫୁଲବାଣୀରେ ଅଗଷ୍ଟ ୯ ବିଶ୍ବ ଆଦିବାସୀ ମହାସମାରୋହରେ ପାଳିତ
ଫୁଲବାଣୀ, ୧୧/୮(ବିପ୍ର)(ଅଚ୍ୟୁତ ଯାନୀ) : ସାରା ବିଶ୍ୱରେ ଅଗଷ୍ଟ ୯ ବିଶ୍ୱ ଆଦିବାସୀ ଦିବସ ରୂପେ ପାଳନ କରୁଥିବା ବେଳେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ଠାରେ କୁଇ ସମାଜ ସେବା ସମିତି ଫୁଲବାଣୀ ପକ୍ଷରୁ ଏହି ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବଟି କୁଇ ସମାଜ ସେବା ସମିତି ଫୁଲବାଣୀ ସାଧାରଣ ସମ୍ପାଦକ ତଥା ଆଦିବାସୀ ମହାସଂଘ ଓଡ଼ିଶା ଜିଲ୍ଲା କୋଡିନେଟର ଶ୍ରୀ ଅବନୀ କୁମାର କହଁରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ କୁଇ ସମାଜ ସେବା ସମିତି ଫୁଲବାଣୀ ଅଧିନରେ କାର୍ଯ୍ୟ କରୁଥିବା ୧୭ ଗୋଟି ଶାଖାର କର୍ମ କର୍ତ୍ତା ଓ ସଭ୍ୟ ସଭ୍ୟା କୁଇ ସମାଜ ପ୍ରେମୀ ଯୋଗଦେଇ ଥିଲେ । କାର୍ଯ୍ୟକ୍ରମଟି ଶନିବାର ଅପରାହ୍ନ ୨ ଘଣ୍ଟିକା ସମୟରେ ମାଦିକୁନ୍ଦା ଛକ ଠାରୁ ବିଶାଳ ପଦଯାତ୍ରା ଜିଲ୍ଲାପାଳ ଅଫିସ୍ ପର୍ଯ୍ୟନ୍ତ କରି ୭ ଦଫା ସମ୍ବଳିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବି ପତ୍ର ମଧ୍ୟରେ ପ୍ରଥମଟି ଜଳ, ଜଙ୍ଗଲ ଓ ଜମି ଆଦିବାସୀ ମାନଙ୍କର ଏଥିରୁ ଆଦିବାସୀଙ୍କୁ ସରକାର ବଞ୍ଚିତ ନ କରୁ ।ଭୁଲରେ ଅନାବାଦୀ ନାମରେ ତାଲିକା ଭୁକ୍ତ କରି ନିଜର ଅକ୍ତିଆର କରୁଚି । ଦିତୀୟରେ ଓଡିଶାରେ ପେସା ଆଇନ୍ ଯଥାଶୀଘ୍ର ଆଦିବାସୀ ମାନଙ୍କ ପାଇଁ ଲାଗୁ କରାଯାଉ । ତୃତୀୟରେ ଆଦିବାସୀ ମହିଳାଙ୍କ ପକ୍ଷରେ ପୈତୃକ ସମ୍ପତ୍ତି ଉପରେ ଅଧିକାର ଦିଆ ନଯାଉ କାରଣ ଅନ୍ୟ ବର୍ଗର ଲୋକମାନେ ଆମର ଆଦିବାସୀ ମହିଳା ମାନଙ୍କୁ ବିବାହ କରି ଜମି ହାତେଇବା ସହିତ ବିଭିନ୍ନ ସାମ୍ବାଧାନିକ ଅଧିକାର ହାସଲ କରୁଛନ୍ତି । ଚତୃର୍ଥରେ ଆଦିବାସୀ ମାନଙ୍କ ଜମିକୁ ବନ୍ଧକ ରଖି ବ୍ୟାଙ୍କ ଗୁଡ଼ିକରେ ଲୋନ ଦିଆଯାଉ । ପଞ୍ଚମରେ କନ୍ଧମାଳ ଜିଲ୍ଲାରେ ନୂତନ ଭାବେ ଖୋଲିଥିବା ମେଡିକାଲ କଲେଜରେ ଆମର କନ୍ଧମାଳ ଜିଲ୍ଲାର ଯୁବକ ଯୁବତୀ ମାନଙ୍କୁ ଯୋଗ୍ୟତା ଭିତରେ ନିଯୁକ୍ତି ଦିଆଯାଉ । ଷଷ୍ଠରେ ଆମର ଅଣ ଆଦିବାସୀ ମାନେ ଆଦିବାସୀ (କନ୍ଧ) ଜାତିଗତ ପ୍ରମାଣପତ୍ର ହାସଲ କରି ବିଭିନ୍ନ ସରାକାରୀ ଚାକିରି ହାତଉଛନ୍ତି ତାହାକୁ ଯଥା ଶୀଘ୍ର ରୋକାଯାଉ । ସପ୍ତମରେ ଆମର ପ୍ରାଥମିକ ସ୍ତରରୁ ଛାତ୍ରଛାତ୍ରୀ ମାନଙ୍କୁ କୁଈ ଶିକ୍ଷା ଦିଆଯାଉ ଓ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏଥିପାଇଁ ନିୟୋଜିତ ହେବେ ସେମାନଙ୍କୁ କୁଈ ଭାଷାରେ ପରୀକ୍ଷା କରି ଉତ୍ତୀର୍ଣ୍ଣ ବ୍ୟକ୍ତି ମାନଙ୍କୁ ହିଁ ନିଯୁକ୍ତ କରାଯାଉ । ଉକ୍ତ ଉତ୍ସବରେ ସାଧାରଣ ସମ୍ପାଦକ ଶ୍ରୀ ଅବନୀ କୁମାର କହଁର, କୋଷାଧ୍ୟକ୍ଷ ଭାବିନ୍ଦ୍ର କହଁର, ନାରୀ ସଭାନେତ୍ରୀ ସୌଦାମିନୀ କହଁର, କୁଇ ଭାଷା ସାହିତ୍ୟ ସମିତି ସଭାପତି ଦୀନବନ୍ଧୁ କହଁର, କୁଇ ସମାଜ ଯୁବ ପରିଷଦ କନ୍ଧମାଳ ସଭାପତି ଦେବାଶିଷ କହଁର,ସାଂସ୍କୃତିକ ସମ୍ପାଦକ ବିରେନ୍ଦ୍ର କୁମାର କହଁର, ମୁଖ୍ୟଉପଦେଷ୍ଟା ଗୈାତମ ପ୍ରଧାନ, ରାଶିଶାର୍ଙ୍ଗି ସଭାପତି ଚନ୍ଦ୍ର ମଣି କହଁର, ବାରପଲ୍ଲୀ ଶାଖା ସଭାପତି କୃଷ୍ଣଚନ୍ଦ୍ର କହଁର,ଡମସିଂ ଶାଖା ସଭାପତି ଅଚ୍ୟୁତାନନ୍ଦ କହଁର, ଷଡମୁଠା ଶାଖା ସଭାପତି ଭାଗିରଥି କହଁର, ଲାଇନ୍ ପଡା ଶାଖା ସଭାପତି ନବକିଶୋର କହଁର, ଚକାପାଦ ଶାଖା ସଭାପତି ଗୟାଧର କହଁର ,ସମିର ଘଟାଲ, ଯୁବନେତା ଅନୁପମ କହଁର, ଆଲୋକ କହଁର, ଅଗସ୍ତି କୁମାର ମଲିକ ସମେତ ଆଦିବାସୀ କର୍ମଚାରୀ,ସମାଜ ସେବୀ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ଆଦିବାସୀ ପୁରୁଷ ଓ ମହିଳା ତାଙ୍କର ପାରମ୍ପାରିକ ବେଶଭୁଷା,ବାଦ୍ୟ ନୃତ୍ୟର ଅସ୍ତ୍ରଶସ୍ତ୍ରରେ ଅଂଶଗ୍ରହଣ କରିଥିଲେ ।