ପୋଡ଼ାଗଡ ଗ୍ରାମପଞ୍ଚାୟତ ମହକୁମାରେ ୭୯ତମ ସ୍ଵାଧୀନ ଦିବସ ପାଳନ - ୨୦୨୫
କୋରାପୁଟ, ୧୫ / ୦୮ ( ବିପିନ କୁମାର ହିଆଲ ) : ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡ଼ାଗଡ ଗ୍ରାମ ପଞ୍ଚାୟତ ମହକୁମା ଠାରେ ୭୯ ତମ ସ୍ଵାଧୀନ ଦିବସ ପାଳିତ ହୋଇଯାଇଛି । ଏହି ପବିତ୍ର ଓ ସ୍ନେହ ଭରା ଉତ୍ସବଟି ଗୋଟିଏ ପିତାଙ୍କ ସନ୍ତାନସନ୍ତତି ଭାବେ ତ୍ରିରଙ୍ଗା ଜାତୀୟ ପତାକା ତଳେ ଆମ ସମସ୍ତଙ୍କୁ ଭାରତ ମାତାର ସନ୍ତାନ ଭାବେ ପରିଚୟ ଦେଇଥାଏ , ସେଥିପାଇଁ ଆମେ ସମସ୍ତେ ଭାରତୀୟ ପରିଚୟରେ ଗର୍ବ ଅନୁଭବ କରୁ । ୭୯ତମ ସ୍ୱାଧୀନ ଦିବସ ପୋଡ଼ାଗଡ ମହକୁମା ସ୍ଥିତ ସମସ୍ତ ଧର୍ମ, ଜାତୀ, ବର୍ଣ୍ଣର ଲୋକଙ୍କର ସହଯୋଗ ଓ ଏକତା ଦ୍ବାରା ଆମେ ବ୍ରିଟିଶ୍ ର ସାମ୍ରାଜ୍ୟରୁ ୧୯୪୭ ଅଗଷ୍ଟ ୧୫ରେ ସ୍ୱାଧୀନ ଲାଭ କରିପାରିିଛୁ । ଉକ୍ତ ସଂଗ୍ରାମରେ ଭାରତୀୟ ହିନ୍ଦୁ,ମୁସଲିମ,ଖ୍ରୀଷ୍ଟିଆନ୍ ଓ ଶିଖ ଆପଣା ଆପଣାକୁ ଉତ୍ସର୍ଗ କରିଛନ୍ତି । ସେମାନଙ୍କ ଉତ୍ସର୍ଗୀକୃତ ଜୀବନ ପାଇଁ ଆଜି ଆମେ ୭୯ ତମ ସ୍ଵାଧୀନ ଦିବସ ପାଳନ କରିପାରିଚୁ ।
ବିଶେଷ କରି ପୋଡ଼ାଗଡ ଗ୍ରାମ ପଞ୍ଚାୟତ ମହକୁମାରେ ଥିବା ଖ୍ରୀଷ୍ଟିଆନ୍ ଧର୍ମାମ୍ଭଲମ୍ବୀମାନେ ଏହି ଦିବସକୁ ପବିତ୍ର ଓ ଗୌରବ ଜାଣି ସକାଳୁ ସ୍ନାନ କରି ପବିତ୍ରତା ସହ ସେମାନଙ୍କର ଚର୍ଚ୍ଚ ସମୁଖେ ପତାକା ଉତ୍ତୋଳନ କରି ଦେଶଭକ୍ତି ସଙ୍ଗିତ ଓ ସ୍ଲୋଗାନ କରି ମହାଆଡ଼ମ୍ବର ସହ ସକାଳ ୬:୩୦ ମିନିଟ୍ ରେ ପାଳିତ ହୋଇ ଯାଇଛି । ତତ୍ ସହିତ କଲୋନୀ ପ୍ରାଥମିକ ବିଦ୍ୟାଳୟ, ପିଏମ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ସେବାଶ୍ରମ ବିଦ୍ୟାଳୟ , ସତ୍ୟଭାମା ପବ୍ଲିକ ସ୍କୁଲ, ଲ୍ୟାମ୍, ହସ୍ପିଟାଲ୍ ଓ ପଞ୍ଚାୟତ କାର୍ଯ୍ୟାଳୟରେ ଏକତା ଓ ଶାନ୍ତି ସହ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ପାଳକ ଶ୍ରୀ ରଶ୍ମିରଞ୍ଜନ ଲିମ୍ମା, ପୂର୍ବତନ ଜିଲ୍ଲା ପରିଷଦ ଶ୍ରୀ ସୁନାମ ପାତ୍ର କନ୍ଦପାନ, ରାଜ୍ୟ ଯୁବା କଂଗ୍ରେସ ସଭାପତି ଶ୍ରୀ ରୁପକ୍ ତୁରୁକ, ଜିଲ୍ଲା ବିଜେପି ସଭାପତି ଶ୍ରୀ ରବି ପାଢ଼ୀ, ପିଏମ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସୁରେଶ ନାଗ ଓ ତାଙ୍କର ସମସ୍ତ କର୍ମଚାରୀ,ପଞ୍ଚାୟତ ଅଧିକାରୀ ଶ୍ରୀ ଗଣେଶ କୁଲଦୀପ, ସରପଞ୍ଚ ଶ୍ରୀମତୀ ଉତ୍ସ ଭୋଇ , ଖାଉଟିର ଆନୁଷ୍ଠାନିକ ଏମଡି ଶ୍ରୀ ସନ୍ତୋଷ କୁମାର ଦାସ,ଶାଖା ପରିଚାଳକ ଶ୍ରୀ ରାଜ କୁମାର ବାଘଙ୍କ ସହ ସମସ୍ତ ଖାଉଟି କର୍ମଚାରୀ ଓ ଖାଉଟି ସଭାପତି ଓ ଉପସଭାପତି ଏବଂ ବହୁ ଭଦ୍ରବ୍ୟକ୍ତି ଓ ବୁଦ୍ଧିଜୀବି ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମାବେଶରେ ମହାଆଡମ୍ବର ସହିତ ପାଳିତ ହେଲା ।