ପ୍ରେମରେ ପ୍ରତାରଣା ପରେ ପ୍ରେମିକଙ୍କ ଆତ୍ମହତ୍ୟା, ପରିବାର ପକ୍ଷରେ ଥାନାରେ ଏତେଲା।
ରାୟଗଡ଼ା, ୧୫ / ୦୮ ( ଭି.ଗୌରି ଶଙ୍କର ରାଓ ) : ଫାଶୀ ଦେଇ ପ୍ରେମିକଙ୍କ ଆତ୍ମହତ୍ୟା, ପ୍ରେମିକା ଙ୍କ ପରିବାର ଉପରେ ଅଭିଯୋଗ ଆଣି, ପ୍ରେମିକଙ୍କ ଘର ପକ୍ଷରୁ ଥାନାରେ ଏତେଲା।ପ୍ରେମରେ ପ୍ରତାରଣା ପରେ ଯୁବକଙ୍କ ଆତ୍ମହତ୍ୟା କରିଥିଲେ।ମୃତ ପ୍ରେମିକ ହେଲେ ରାୟଗଡା ଥାନା ଅନ୍ତର୍ଗତ ରାଣୀଗୁଡା ଫାର୍ମ ଡିଏଫୋ କଲୋନୀ ୧୧ ନୁମ୍ବର ଗଳିରେ ରହୁଥିଲେ, ଆତ୍ମହତ୍ୟା କରିଥିବା ରାକେଶ ପରିଡା, ବୟସ ୨୪ ବର୍ଷ।ପ୍ରେମିକଙ୍କ ମାଙ୍କ ଅଭିଯୋଗ ଅନୁଯାଇ ଦୀର୍ଘ ଦେଢ଼ ବର୍ଷ ପୁର୍ବେ ରାଣୀଗୁଡା ଫାର୍ମ ଅଞ୍ଚଳ ଦୋରା କଲୋନୀ ରେ ରହୁଥିବା ଏକ ଯୁବତୀଙ୍କ ସହିତ ରାକେଶଙ୍କ ପ୍ରେମ ସମ୍ପର୍କ ଗଢିଥିଲା,ଉଭୟ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନିବିଡ଼ ହେବା ପରେ ଉଭୟଙ୍କ ପରିବାର ପକ୍ଷରୁ ବାହାଘର ନିମନ୍ତେ ଆଲୋଚନା ମଧ୍ୟ ହୋଇଥିଲା।କିଛିଦିନ ତଳେ ପ୍ରେମିକା ଅନ୍ୟ ଏକ ଯୁବଙ୍କଙ୍କୁ ଭଲପାଇ ବସିଥିଲେ ପରେ ଉଭୟ ଙ୍କ ମଧ୍ୟରେ ପ୍ରତାରଣା ସୃଷ୍ଟି ହୋଇଥିଲା।ପରିଣାମ ସ୍ୱରୂପ ଏହି ଘଟଣା ସହଜରେ ଗ୍ରହଣ କରିପାରି ନଥିଲେ ପ୍ରେମିକ ରାକେଶ ପରିଡା, ପରେ ସେ ଗତକାଲି ରାତିରେ ନିଜ ଘରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ।ପରିବାର ପକ୍ଷରୁ ଖବର ପାଇ ଘଟଣା ସ୍ତଳରେ ରାୟଗଡା ଟାଉନ ଥାନା ପୋଲିସ ପଂହଁଚି ଶବକୁ ଉଦ୍ଧାର କରି ଵ୍ୟଵସ୍ଛେଦ ନିମନ୍ତେ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛି।ପୋଲିସ ଏହି ଘଟଣା ର ତଦନ୍ତ ଜାରି ରଖିଥିବା ବେଳେ ପରିବାର ପକ୍ଷରୁ ଆଜି ସକାଳୁ ଥାନାରେ ଝିଅଘରର ୩ ଜଣଙ୍କ ନାଁ ରେ ଅଭିଯୋଗ ଆଣି ଏତେଲା ଦେଇଛନ୍ତି।