ନବଦୂତ ପ୍ରଭାବ, ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ, ସଫେଇ ହେଲା ତେରେସିଙ୍ଗା ମୁଖ୍ୟ ଡ୍ରେନ୍
କର୍ଲାମୁଣ୍ଡା, ୦୩ / ୦୮ (ସୁଶାନ୍ତ ରଣା): କର୍ଲାମୁଣ୍ଡା ବ୍ଳକ ଅନ୍ତର୍ଗତ ତେରେସିଙ୍ଗା ବସ୍ତି ଠାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ଅସୁବିଧାକୁ ନେଇ ଅବିଭାବକମାନେ ଦାବି କରିଥିଲେ I ଏନେଇ ଗତ ୩୧ ତାରିଖରେ "ନବଦୂତ" ନ୍ୟୁଜ୍ ରେ "ତେରେସିଙ୍ଗା ବସ୍ତି ସ୍କୁଲରେ ଡ୍ରେନ୍ ପାଣି" ଶୀର୍ଷକ ଏକ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ଚେଇଁଥିବା ଦେଖିବାକୁ ମିଳିଛି I ତେରେସିଙ୍ଗା ସରପଞ୍ଚ ପ୍ରମୋଦ ସୁନାଙ୍କ ନେତୃତ୍ୱରେ ଗ୍ରାମର ମୁଖ୍ୟ ଡ୍ରେନ ଓ ଅଳିଆ ସଫେଇ କାର୍ଯ୍ୟ ରବିବାର ହୋଇଥିବା ଦେଖାଯାଏ I