Hot Posts

6/recent/ticker-posts

ଓଡ଼ିଶା କର୍ମଜୀବୀ ସାମ୍ୱାଦିକ ସଂଘର ରାଜ୍ୟ ସମ୍ମିଳନୀ।

ଜୟପୁର, ୦୩ / ୦୮ ( ଏ. ଭେଙ୍କଟ ରାଓ ) : ଓଡ଼ିଶା ରାଜ୍ୟ କର୍ମଜୀବୀ ସାମ୍ୱାଦିକ ସଂଘର ରାଜ୍ୟ ସମ୍ମିଳନୀ ଜୟପୁର ସହରର ଏକ ହୋଟେଲର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ରୂପେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ରହିଥିବା ବେଳେ ଅତିଥି ରୂପେ କେସିସି ବ୍ୟାଙ୍କ ସଭାପତି ଇଂ ଇଶ୍ଵର ପାଣିଗ୍ରାହୀ, ଜୟପୁର ପୌର ପରିଷଦ ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଏବଂ ବିଶିଷ୍ଟ ବ୍ୟବସାୟୀ ଏବଂ ସମାଜସେବୀ ସଞ୍ଜୁ ଜୈନ ରୋହିଥିବା ବେଳେ ସଂଘ ରାଜ୍ୟ ଉପ ସଭାପତି ସତ୍ୟଜିତ ରାୟ ଚୌଧୁରୀ ଏବଂ ରାଜ୍ୟ ସାଧାରଣ ସମ୍ପାଦକ ନିରଞ୍ଜନ ବିଶ୍ବାଳ,ରାଜ୍ୟ ସମ୍ପାଦକ ନାରାୟଣି ପ୍ରସାଦ ମିଶ୍ର ରାଜ୍ୟ ସହ ସମ୍ପାଦକ ମୋଞ୍ଚାସିନ ଥିଲେ। ଏହି ରାଜ୍ୟ ସମ୍ମିଳନୀରେ ନିଆଯାଇ ଥିବା ପ୍ରସ୍ତାବ ଗୁଡ଼ିକ ମଧ୍ୟରୁ କାର୍ଯ୍ୟରତ ସାମ୍ୱାଦିକଙ୍କ ନିମନ୍ତେ ପେନସନ, ସ୍ଵାସ୍ଥ୍ୟ ବୀମା ରାଶି ବୃଦ୍ଧି, ସାମ୍ୱାଦିକ ସୁରକ୍ଷା ଆଇନ ଆଣିବା, ଭୁବନେଶ୍ଵରରେ ସାମ୍ୱାଦିକ ଭବନ ନିର୍ମାଣ ଇତ୍ୟାଦି ଦାବୀ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।ଏହି ରାଜ୍ୟ ସମ୍ମିଳନୀରେ ରାଜ୍ୟର ୩୦ ଗୋଟି ଜିଲ୍ଲାରୁ ଓଏସଡାବ୍ଲୁଜେ ର ୧୪୦ ଜଣ ସଭ୍ୟ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ କୋରାପୁଟ ଜିଲ୍ଲାର ଜଗେନ୍ଦ୍ର ସିଂଙ୍ଗ ଏବଂ ସୁଭାଶିସ ନାୟକ ଆୟୋଜନ କରିଥିଲେ।