ସମସ୍ୟା ଘେରରେ ଧୋଡ୍ରା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଛାତରୁ ବହୁଛି ପାଣି, ପଡ଼ୁଚି ସିମେଣ୍ଟ ଖଣ୍ଡ
ଝରିଗାଁ, ୦୫ / ୦୮ ( ନକୁଳ ଭତ୍ରା ) : ଛାତ୍ର ଛାତ୍ରୀଙ୍କ ନିମନ୍ତେ ଶ୍ରେଣୀ ଗୃହ ଅଭାବ ଯୋଗୁଁ ଅସୁବିଧାରେ ଛାତ୍ରଛାତ୍ରୀ ଯାହା ଅଛି ତାହା ଭଙ୍ଗା ଦଦରା ଅବସ୍ଥାରେ ରହିଛି, ରୋଷଇ ଘରର ଟିଣ ନାହିଁ । ଯାହା ଫଳରେ ପାଣି ବହୁଛି । ଶୌଚାଳୟ ରେ କବାଟ ନାହିଁ । ଛାତ୍ରୀ ମାନେ ଶୌଚ କରି ପାରୁ ନାହାଁନ୍ତି । ବିଦ୍ୟାଳୟ ରେ ପାଚେରୀ ନାହିଁ । ବିଦ୍ୟାଳୟ ଛୁଟି ହେଲେ କିଛି ଅସାମାଜିକ ବ୍ୟକ୍ତି ବିଦ୍ୟାଳୟରେ ପଶି ମଦ ପିଇବା ସହ ବିଭିନ୍ନ ଅସାମାଜିକ କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ । ସ୍ଥାନୀୟ ବିଧାୟକ ବିଦ୍ୟାଳୟ ପରିଦର୍ଶନ କରି ପ୍ରତିସ୍ତୃତି ଦେଇ ଚାଲିଗଲେ କିନ୍ତୁ କୌଣସି କାର୍ଯ୍ୟ ହୋଇ ପାରିଲା ନାହିଁ । ଏଭଳି ଏକ ଅବ୍ୟବସ୍ଥା ଘେରରେ ଘେରି ରହିଥିବା ବିଦ୍ୟାଳୟ ହେଉଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅଧୀନରେ ଥିବା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଧୋଡ୍ରା । ଏହି ବିଦ୍ୟାଳୟ ରେ ୩୪୨ ଛାତ୍ର ଛାତ୍ରୀ ଥିବା ବେଳେ ୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରି ଅଛନ୍ତି । କିନ୍ତୁ ବିଦ୍ୟାଳୟରେ ପାଠ ପଢ଼ିବାକୁ ଛାତ୍ରଛାତ୍ରୀ ନାରାଜ ହେଉଥିବା ଜଣାପଡିଛି। କାରଣ ବିଦ୍ୟାଳୟର ଶ୍ରେଣୀ ଗୃହ ଭଙ୍ଗା ଅବସ୍ଥା ରେ ଛାତରୁ ପିଲାଙ୍କ ଉପରେ ପଡ଼ୁଛି ପାଣି ଏବଂ ସିମେଣ୍ଟ ଖଣ୍ଡ, ଶୌଚାଳୟରେ କବାଟ ନାହିଁ। ପାଣି ସମସ୍ୟା ଇତ୍ୟାଦି ଅନେକ ସମସ୍ୟା ଘେରରେ ରହିଛି ଏହି ବିଦ୍ୟାଳୟ, ସ୍ଥାନୀୟ ବିଧାୟକ ନରସିଂ ଭତ୍ରା ବିଦ୍ୟାଳୟ ପରିଦର୍ଶନ କରି ପ୍ରତିଶୃତି ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତି କୌଣସି ପ୍ରକାର କାର୍ଯ୍ୟ ହୋଇପାରିନାହିଁ । କିନ୍ତୁ ମୁନଲାଇଟ ଚାରିଟେବୁଲ ଟ୍ରଷ୍ଟର କିଛି ସଦସ୍ୟ ବିଦ୍ୟାଳୟକୁ ଯାଇ ସମସ୍ୟା ବୁଝି ବ୍ଳକ ଶିକ୍ଷା ଅଧିକରି ଙ୍କୁ ଅବଗତ କରାଇଥିଲେ। ବର୍ତ୍ତମାନ ଦେଖିବାକୁ ବାକି ରହିଲା ଭକ୍ତ ବିଦ୍ୟାଳୟ ର ସମସ୍ୟା କେବେ ଦ୍ଵର ହେବ।