ବାଇକ ସହ ପିଟିହେଲା ବାଇକ, ନେଇଗଲା ଯୁବକଙ୍କ ଜୀବନ
ଉମରକୋଟ, ୦୫ / ୦୮ ( ନକୁଳ ଭତ୍ରା ) : ଏକ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଉମରକୋଟ ଥାନା ଅଧୀନରେ ଥିବା ବଡ କୁମାରୀ ପଞ୍ଚାୟତର ଖୁବୁ ଗୁଡ଼ା ଗାଁର ( କାର୍ତ୍ତିକ ଲହରା (୨୦) ଗତ ରବିବାର ଦିନ ସନ୍ଧ୍ୟାରେ ଏକ ବାଇକ୍ ରେ କାର୍ତ୍ତିକ ଖଲି ବେଡ଼ା ଗାଁକୁ ଯାଉଥିବା ବେଳେ ଛଞ୍ଚାଣ ବେଡ଼ା ଗାଁ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ସହ ଧକ୍କା ହୋଇଥିଲା । ଦୁର୍ଘଟଣାରେ କାର୍ତ୍ତିକ ରାସ୍ତା ପାର୍ଶ୍ଵକୁ ଛିଟିକି ହୋଇ ପଡି ଘଟଣାର ସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଥିଲେ। ଗତ କାଲି ପରିବାର ପକ୍ଷରୁ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି । ଏସ ଆଇ ସଞ୍ଜୟ ମଣ୍ଡଳ ତଦନ୍ତ ଅଧିକାରି ଅଛନ୍ତି।