ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକମାନଙ୍କ ପ୍ରତିବାଦ ସଭା
କୋରାପୁଟ, ୦୮ / ୦୮ ( ଗୁପ୍ତ ପ୍ରସାଦ ପତ୍ରିକା ) : ଓଡ଼ିଶାରେ ସ୍କୁଲ ଓ କଲେଜ ଶିକ୍ଷକ ଓ କର୍ମଚାରୀମାନେ ତାଙ୍କ ନିଜ ଅଧିକାର ଓ ଦାବି ସନ୍ଦର୍ଭରେ ସରକାରଙ୍କ ନୀରବତା ବିରୋଧରେ ଆଉ ଏକଥର ପ୍ରତିବାଦରେ ନେମିଯାଇଛନ୍ତି। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ର ଆବାହକ ଓ ଜିଲ୍ଲା ଓଷ୍ଟା ସମ୍ପାଦକ ଶ୍ରୀ ଅଶୋକ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି କୋରାପୁଟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ବୃହତ୍ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସମିତି ପକ୍ଷରୁ କୋରାପୁଟ ସହକାରୀ ଜିଲ୍ଲାପାଳ ଶ୍ରୀ ସୁମିତ ଚନ୍ଦନ ଭୂଷଣଙ୍କୁ ଏକ ୫ ଦଫା ଦାବିପତ୍ର ହସ୍ତାନ୍ତର କରାଯାଇଥିଲା, ଯାହା ମାଧ୍ୟମରେ ଶିକ୍ଷକ ଓ କର୍ମଚାରୀମାନଙ୍କ ପ୍ରମୁଖ ସମସ୍ୟାଗୁଡିକୁ ସ୍ପଷ୍ଟ କରାଯାଇଛି। ସମିତି ପକ୍ଷରୁ କହାଯାଇଛି ଯେ, ଗତ ବର୍ଷରୁ ସରକାର ତାଙ୍କ ଦାବି ଉପରେ ଆଶ୍ୱାସନ ଦେଲେ ମଧ୍ୟ କୌଣସି ଠୋସ ପଦକ୍ଷେପ ଗ୍ରହଣ କରିନାହାନ୍ତି। ଏହି ଅବହେଳା ଓ ନୀରବତା ତାଙ୍କୁ ପୁଣି ଆନ୍ଦୋଳନରେ ନେବାକୁ ବାଧ୍ୟ କରୁଛି। ଶିକ୍ଷକମାନଙ୍କ କହିବା ଅନୁସାରେ, ଏହି ଆନ୍ଦୋଳନ କେବଳ ଦରମା ବୃଦ୍ଧି ପାଇଁ ନୁହେଁ, ବରଂ ଶିକ୍ଷୟତନ ଓ ସମ୍ପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ ଓ ନବୀକରଣ ପାଇଁ ଅବଶ୍ୟକ। ଶିକ୍ଷକ ମାନଙ୍କ ର ଦାବୀ ଗୁଡିକ ମଧ୍ୟରେ 2013ଅନୁଦାନ ଆଇନ ରୁ ବାଦ ପଡି ଥିବା 194 ଟି ଅନୁଦାନ ଯୋଗ୍ୟ ବିଦ୍ୟାଳୟ କୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରୁ ଅବସର ନେଇଥିବା ଓ କାଯ୍ୟରତ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ମାନଙ୍କୁ ପାଇଁ ଚାକିରୀ ସର୍ତ୍ତାବଳୀ ସହିତ ପେନସେନ ଓ ଅବସର କାଳୀନ ସୁବିଧା, ଏହି ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ଖାଲି ଥିବା ପଦବୀ ଗୁଡିକରେ ନିଯୁକ୍ତି ପ୍ରଦାନ, ବିଭିନ୍ନ ଗ୍ରେଡ଼ ପେ ରେ ଥିବା ଅସଙ୍ଗୀତ ଦୂରୀକରଣ, 2004ରୁ 2013 ମଧ୍ୟରେ ନିଯୁକ୍ତି ପାଇ ଥିବା ଚୁକ୍ତି ଶିକ୍ଷକ ମାନଙ୍କୁ ଛଅଟି ନୋସନାଲ ଇଂନ କ୍ରିମେଣ୍ଟ ସହିତ ବରିଷ୍ଟତା ପ୍ରଦାନ କରିବା, ସମସ୍ତ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକକୁ ସରକାରୀକରଣ କରିବା , 48ବର୍ଷ ପଦାର୍ପଣ କରିଥିବା ହିନ୍ଦୀ, ସଂକୃତ ଶିକ୍ଷକ ମାନଙ୍କୁ ଟିଜିଟି ସ୍କେଲ ପ୍ରଦାନ କରିବା, ପ୍ରତେକ ବର୍ଗ ର ଶିକ୍ଷାନୁଷ୍ଠାନ ରେ ଅଧୟନ ରତ ଛାତ୍ର, ଛାତ୍ରୀ ମାନଙ୍କ ପାଇଁ ସମାନ ସୁଭିଧା ସୁଯୋଗ ଯୋଗାଇ ଦେବା ଏବଂ ଅବସର ବୟସ ସୀମା 60ରୁ 62 ବର୍ଷ କୁ ବୃଦ୍ଧି କରିବା! ଅତି ସୁନ୍ଦର ଭାବେ ଦେଖିବାକୁ ମିଳୁଛି ଯେ, ଏହି ଦାବୀଗୁଡ଼ିକ କେବଳ ଶିକ୍ଷକଙ୍କ ନିଜସ୍ୱ ଉନ୍ନତି ପାଇଁ ନୁହେଁ, ବରଂ ଏହା ଓଡ଼ିଶା ରେ ଏକ ସାର୍ବଜନୀନ ଓ ନ୍ୟାୟସମ୍ମତ ଶିକ୍ଷା ବ୍ୟବସ୍ଥା ସୃଷ୍ଟି ପାଇଁ ଦେଖାଯିବା ଉଚିତ। ଦାବୀପତ୍ରଟି ମାନ୍ୟବର ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଜିଲ୍ଲାପାଳଙ୍କ ମାଧ୍ୟମରେ ହସ୍ତାନ୍ତର କରାଯାଇଛି। ସମିତି ସଫା କହିଛି – ଯଦି ଆସନ୍ତା ଅଗଷ୍ଟ 15 ରେ ସରକାର ଏହି ମାମଲାରେ କୌଣସି ନିଷ୍ପତି ନ ନେଇ, ଏହି ଦାବୀକୁ ଅଗ୍ରାହ କରିବ, ତେବେ ଅଗଷ୍ଟ 16 ରେ ଭୁବନେଶ୍ୱର ବିଧାନସଭା ସମ୍ମୁଖରେ ଏକ ବିଶାଳ ରାଲି ଓ ରାଜ୍ୟସ୍ତରୀୟ ଆନ୍ଦୋଳନ ଆୟୋଜିତ ହେବ।ଜିଲ୍ଲା ଓଷ୍ଟା ସଂପାଦକ ତଥା ଅଭାହକ ଶ୍ରୀ ଅଶୋକ କୁମାର ପଟ୍ଟନାୟକ ଗଭୀର ସୂଚନା ଦେଉଛନ୍ତି ଯେ – "ରାଜ୍ୟ ନେତୃତ୍ୱ ଯାହା ନିଷ୍ପତି ନେବେ, କୋରାପୁଟ ଜିଲ୍ଲା ତାହାକୁ ଗ୍ରହଣ କରିବ; କିନ୍ତୁ ଏହି ସମୟରେ ନୀରବ ରହିବା ଅମାନବିକ ଓ ଅନ୍ୟାୟପୂର୍ଣ୍ଣ।" ଏହି ଧାରଣା ଓ ପ୍ରତିବାଦ ସଭାର ସଭାପତିତ୍ୱ କରିଥିଲେ ଜ଼ିଲ୍ଲା ସଭାପତି ଶ୍ରୀ ସୁଶାନ୍ତ କୁମାର ଖୁଣ୍ଟିଆ। ସଭାରେ ଅନେକ ପ୍ରମୁଖ ଶିକ୍ଷକ ଓ କର୍ମଚାରୀ ନେତାମାନେ ଉପସ୍ଥିତ ଥିଲେ, ଯେଉଁମାନେ ଏହି ଆନ୍ଦୋଳନକୁ ଗଂଭୀରତା ଓ ଦିଗଦର୍ଶନ ଦେଇଥିଲେ। ରାଜ୍ୟ ଉପସଭାପତି ଶ୍ରୀ ବିଜୟ କୁମାର ଭଟ,ଜ଼ିଲ୍ଲା ଉପସଭାପତି ଶ୍ରୀ ପ୍ରସନ କୁମାର ଦାସ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଦେବେନ୍ଦ୍ର କୁମାର ବୈଦ୍ୟ,ଜ଼ିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀ ର. ଦିବାକର ରାଓ,ଜ଼ିଲ୍ଲା ଓଷ୍ଟା ଉପଦେଷ୍ଟା ଶ୍ରୀ ଅକ୍ଷୟ କୁମାର ସ୍ୱାଇଁ,ଜ଼ିଲ୍ଲା ଯୁଗ୍ମ ସମ୍ପାଦକ ଶ୍ରୀ ଭଞ୍ଜ କିଶୋର ରାଉତ,662 କଲେଜ ସଂଘର ନେତା ଶ୍ରୀ ଦିଲୀପ କୁମାର ମହାନ୍ତି, ଗତି କୃଷ୍ଣ ବାରିକ, ଦିଲୀପ କୁମାର ସାହୁ, ଅକ୍ଷୟ କୁମାର ଜେନା, ଧରଣୀଧର ବିଶୋଇ ଓ ଅନେକ ଜଣେ ଅନୁଭବୀ ଅଭିଯାନୀ ଏଥିରେ ସକ୍ରିୟ ଭାଗ ନେଇଥିଲେ।ସଭାର ବୃହତ୍ତର ମାନବସମୁଦାୟ ରେ ଜ଼ିଲ୍ଲା ର 14 ଟି ବ୍ଲକରୁ ଆସିଥିବା 70 ରୁ ଅଧିକ ଶିକ୍ଷକ, ଶିକ୍ଷୟତ୍ରୀ ଓ ଶିକ୍ଷା କର୍ମଚାରୀମାନେ ଯୋଗଦେଇ ଏହି ଆନ୍ଦୋଳନରେ ଏକତା ଓ ଦୃଢତା ପ୍ରଦର୍ଶନ କରିଥିଲେ।