ଶହୀଦ ରାଜୀବ ଗାନ୍ଧୀ ଉଚ୍ଚ ବିଦ୍ୟାଳୟ ରେ ମହୋତ୍ସବ ତଥା ଏକ୍ ପେଡ୍ ମାଆ କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ
କୋରାପୁଟ, ୦୮ / ୦୮ (ସତ୍ୟ ଶୋଭନ ସିଂ): ଆଜି ତାରିଖ 05/08/2025 ଦିନ ଶହୀଦ ରାଜୀବ ଗାନ୍ଧୀ ଉଚ୍ଚ ବିଦ୍ୟାଳୟ ସୁନାପୁର ରେ ବନ ମହୋତ୍ସବ ତଥା ଏକ୍ ପେଡ୍ ମାଆ କେ ନାମରେ 150 ଟି ବୃକ୍ଷ ରୋପଣ ବିଦ୍ୟାଳୟ ପରିସରରେ କରାଗଲା। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ସୁଶାନ୍ତ କୁମାର ଖୁଣ୍ଟିଆ ଙ୍କ ତତ୍ବାବଧାନରେ ଉକ୍ତ କାର୍ଯ୍ୟକ୍ରମ ଟି ସଫଳ ହେଲା।ମାଆ ମାନେ ଆସି ବୃକ୍ଷ ରୋପଣ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀଯୁକ୍ତ ତ୍ରିନାଥ ଦଳାଇ ଙ୍କ ସମେତ ଶିକ୍ଷକ ଶ୍ରୀ ଯୁକ୍ତ ଶେଖ୍ ରହିମୁଦ୍ଧିନ, ଶ୍ରୀ ଯୁକ୍ତ ପ୍ରଦୀପ କୁମାର ସାହୁ, ଉପସ୍ଥିତ ରହି ବା ସହିତ କର୍ମଚାରୀ ଶ୍ରୀ ଯୁକ୍ତ ପଦ୍ମ ଚରଣ ସାହୁ, ଶ୍ରୀ ଯୁକ୍ତ ଜ୍ୟୋତି ରାମ ସେମିତି ଓ ଶ୍ରୀ ମତୀ ନିଶାମଣି ସାହୁ ସହଯୋଗ କରିଥିଲେ।