Hot Posts

6/recent/ticker-posts

ଆଉ ଚାଲିବନି ସରକାରୀ ଅଫିସ ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ

ଭୁବନେଶ୍ୱର, ୩୦ / ୭ :  – ପରିବେଶ ସୁରକ୍ଷା ପାଇଁ ଅନୁପମ ଦୃଷ୍ଟାନ୍ତ ସ୍ଥାପନ କରିବା ଦିଗରେ ଆଗୁଆ ହେଉଛି ଓଡ଼ିଶା ସରକାର। ସରକାରୀ ଅଫିସ୍‌ଗୁଡ଼ିକୁ ସଫା ଓ ପ୍ଲାଷ୍ଟିକ ମୁକ୍ତ ରଖିବାକୁ ଏବେ ଅନୁବାଧ୍ୟତା ଘୋଷଣା କରାଯାଇଛି। ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଏକ ମହତ୍ତ୍ୱପୂର୍ଣ୍ଣ ଚିଠି ଜାରି କରି ରାଜ୍ୟର ସମସ୍ତ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି – ଏବେଠାରୁ ଏକ ନୂଆ ନୀତିର ଆରମ୍ଭ। ସରକାରୀ ନିଷ୍ପତ୍ତି ଅନୁଯାୟୀ, ସମସ୍ତ ସରକାରୀ ବୈଠକ, କାର୍ଯ୍ୟଶାଳା, ସଭା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ସମ୍ପୂର୍ଣ୍ଣ ଭାବରେ ଅବୈଧ ଘୋଷିତ। ଫୁଲ ଜରି, ପ୍ଲାଷ୍ଟିକ ଉପହାର ବ୍ୟାଗ୍, ଖାଦ୍ୟ ପ୍ଲେଟ୍‌, ବୋତଲ ଓ ପ୍ଲାଷ୍ଟିକ ରେ ପ୍ୟାକ୍‌ ହୋଇଥିବା ଆଇଟମ୍‌ଗୁଡ଼ିକ ବ୍ୟବହାର ବନ୍ଦ କରିବାକୁ କହାଯାଇଛି। ବଦଳରେ କାଚ, ଷ୍ଟିଲ ବା ଅନ୍ୟାନ୍ୟ ପରିବେଶ ଅନୁକୂଳ ସାମଗ୍ରୀ ବ୍ୟବହାର କରିବାକୁ ଉତ୍ସାହିତ କରାଯାଇଛି, ପ୍ରକୃତି ଓ ପରିବେଶ ଆମ ପରମ ଧନ। ପ୍ଲାଷ୍ଟିକ ପ୍ରଦୂଷଣ ବଢ଼ି ଚାଲିଥିବା ସମୟରେ ଓଡ଼ିଶା ସରକାରଙ୍କର ଏହି ପଦକ୍ଷେପ ସେହି ଧାରାକୁ ରୋକିବା ପାଇଁ ଏକ ସକାରାତ୍ମକ ଚେଷ୍ଟା। ଏହା ନିଶ୍ଚିତ ଭାବେ ଅନ୍ୟାନ୍ୟ ରାଜ୍ୟ ପାଇଁ ମଧ୍ୟ ଏକ ଅନୁକରଣୀୟ ମାନକ ହେବ।