ଏନଆଇ ଆକଟ ମାମଲାର ଜିଲ୍ଲା ସ୍ତରୀୟ ଲୋକ ଅଦାଲତ।
ଜୟପୁର,୨୭।୭ ( ଏ ଭେଙ୍କଟ ରାଓ ) :ଓଡ଼ିଶା ରାଜ୍ୟଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଧେଶ ଅନୁଯାୟୀ ଜିଲ୍ଲା ଆଇନ ସେବା ପ୍ରାଧିକରଣ କୋରାପୁଟ-ଜୟପୁର ଠାରେ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ କରାଯାଇଥିଲା। ଏହି ଲୋକ ଅଦାଲତରେ କେବଳ ଏନଆଇ ଆକଟ କେସ ଧାରା ୧୩୮ ମାମଲା ଉପରେ ଆପୋଷ ସହମତିରେ ସମାଧାନ କରାଯାଇଥିଲା। ଏହି ଜିଲ୍ଲା ସ୍ତରୀୟ ଲୋକ ଅଦାଲତରେ ଜିଲ୍ଲା ଦୌରା ଜଜ୍ ତଥା ଅଧକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ କୋରାପୁଟ-ଜୟପୁର ଶ୍ରୀ ପ୍ରଦୀପ କୁମାର ମହନ୍ତ, ରେଜିଷ୍ଟାର୍ ସିଭିଲ୍ କୋର୍ଟ, ଶ୍ରୀ ବିଷ୍ଣୁ ପ୍ରାସାଦ ଦେବତା, ସଚିବ ତଥା ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ବିଚାରପତି ଶ୍ରୀମତୀ ପ୍ରଦ୍ୟୋମୟୀ ସୁଜାତା, ଏସଡିଜେଏମ୍, ଶ୍ରୀ ସନ୍ତୋଷ କୁମାର ବାରିକ ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡଧିକରି ଶ୍ରୀ ହରମୋହନ ଦାସ ଉପସ୍ଥିତ ରହି ମୋକଦ୍ଦମା ସମାଧାନ କରିଥିଲେ। ଏହି ଜିଲ୍ଲା ସ୍ତରୀୟ ଲୋକ ଅଦାଲତରେ ୪୯ ଟି ମକଦ୍ଦମା ମାମଲା ମଧ୍ୟରୁ ୧୨ ଗୋଟି କେସ ଫଇସଲା କରାଯାଇ ୩୭,୪୫,୭୭୭ ଟଙ୍କା ଧାର୍ଯ୍ୟ କରାଯାଇଥିଲା।