Hot Posts

6/recent/ticker-posts

ରାଇଘରରେ ପୁଣି ଅଶ୍ଳୀଳ ଭିଡିଓ ଭାଇରାଲ, ଯୁବତୀଙ୍କ ମାନସମ୍ମାନକୁ ଲାଗିଲା ଆଘାତ

ରାଇଘର, ୨୭ / ୭ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଜଣେ ନର୍ସିଂ ଛାତ୍ରୀଙ୍କୁ ଅଶ୍ଳିଳ ଫଟୋ ଭାଇରାଲ ହେବାର କିଛି ଦିନ ବିତିଯାଇଥିବା ବେଳେ ପୁଣି ଆଉ ଏକ ଯୁବତୀଙ୍କ ଅଶ୍ଳିଳ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହା ଫଳରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏଭଳି ଘଟଣା ପୁଣି ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରେ ସୂଚନା ପ୍ରକାରେ ଉକ୍ତ ଯୁବତୀଙ୍କ ସହ ଜଣେ ଯୁବକ ଫେସବୁକରେ ବନ୍ଧୁତା କରିଥିଲେ କିଛି ଦିନ ବନ୍ଧୁତା ହେବା ପରେ ଯୁବକ ଜଣକ ଯୁବତୀଙ୍କୁ ଅଶ୍ଳିଳ ହେବାକୁ ବାରମ୍ବାର ବାରମ୍ବାର କହୁଥିଲେ କିନ୍ତୁ ଯୁବତୀ ସିଧାସଳଖ ମନା କରିଥିଲେ ଯୁବତୀଙ୍କ ଗୋଟିଏ ଫୋଟକୁ ଏଡିଟିଙ୍ଗ କରି ଅଶ୍ଳିନ ରୂପ ଦେଇ ମୋବାଇଲକୁ ମୋବାଇଲ ଛାଡ଼ି ଦେଇଥିଲେ ଯାହାଫଳରେ ଯୁବତୀଙ୍କ ମାନସମ୍ମାନକୁ ଆଞ୍ଚ୍ ଆସିବାରୁ ସେ ରାଇଘର ଥାନାକୁ ଦ୍ବାରସ୍ଥ ହୋଇ ଉକ୍ତ ଯୁବକଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ ଏହି ଅଭିଯୋଗକୁ ଭତ୍ତିକରି ତଦନ୍ତ ଜାରି ରଖିଛନ୍ତି