ଅବୈଧ ପ୍ରେମ ସମ୍ପର୍କ ରେ ଦୁଇ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧିଦେଇ ଦେଲେ ଶାସ୍ତି
ବଲାଙ୍ଗୀର, ୧୫ / ୫ : – ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଏକ ଗାଁରେ ଗୁରୁବାର ଦିନ ଘଟିଥିବା ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଅବାକ୍ କରିଦେଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ହୋଇଛି । ଅବୈଧ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଦୁଇ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇ ଶାସ୍ତି ଦିଆଯାଇଥିବା ଅଭିଯୋଗ ମିଳିଛି। ସ୍ଥାନୀୟ ସୂତ୍ର ଅନୁସାରେ, ଏହି ଘଟଣା ଗାଁର କିଛି ଲୋକଙ୍କ ତୀବ୍ର ପ୍ରତିକ୍ରିୟାର ଫଳ। ଦୁଇ ଯୁବକଙ୍କ ମଧ୍ୟରେ ଏକ ଅସ୍ୱୀକୃତ ପ୍ରେମ ସମ୍ପର୍କ ରହିଥିବା ନେଇ ତାଙ୍କୁ ଏଭଳି ନିର୍ମମ ଭାବରେ ସଜା ଦିଆଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ପହଞ୍ଚିଥିବା ପୋଲିସ, ଦୁଇ ଯୁବକଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ସେମାନଙ୍କୁ ଆବଶ୍ୟକ ଚିକିତ୍ସା ମଧ୍ୟ ପ୍ରଦାନ କରାଯାଇଛି। ଏବେ ଏହି ମାମଲା ଉପରେ ଥାନାରେ ମୀମାଂସା ଚାଲିଛି, ଓ ଘଟଣା ସହ ଜଡିତ ଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଆଇନଗତ ପଦକ୍ଷେପ ଗ୍ରହଣ ହେବ ବୋଲି ପୋଲିସ ତରଫରୁ ସୂଚନା ମିଳିଛି।