Hot Posts

6/recent/ticker-posts

ଓପରେସନ ‘ସିନ୍ଦୂର’:ଆଦମପୁରରେ ଯବାନଙ୍କୁ ସମ୍ମାନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ୧୩ / ୫ : ଭାରତୀୟ ବାୟୁସେନାଙ୍କ ପରାକ୍ରମ କୁ ନମନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପଞ୍ଜାବର ଆଦମପୁର ଏୟାର ବେସକୁ ପରିଦର୍ଶନ କରି ସୈନିକମାନଙ୍କୁ ସମ୍ବୋଧନ କରିଛନ୍ତି। ଓପରେସନ ‘ସିନ୍ଦୂର’ ଅଭିଯାନର ସଫଳତା ପ୍ରତି ସେ ଯବାନଙ୍କ ନିଷ୍ଠା, ସାହସ ଓ କ୍ଷମତାକୁ ବିଶେଷ ପ୍ରଶଂସା କରିଛନ୍ତି।
ଏହି ଅପରେଶନ ଗତ ଏପ୍ରିଲ ୨୨ ତାରିଖରେ ଜମ୍ମୁ-କଶ୍ମୀରର ପହଲଗାମ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣରେ ୨୬ ନିରୀହ ନାଗରିକଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ କହିଛନ୍ତି, “ଓପରେସନ ‘ସିନ୍ଦୂର’ କେବଳ ଏକ ସୈନିକ ଅଭିଯାନ ନୁହେଁ — ଏହା ଭାରତ ମାଟି ଉପରେ  ଚଲିନଥିବା  ଦୃଢ଼ ସଂକଳ୍ପର ପ୍ରତୀକ।”
ସେ ଉଲ୍ଲେଖ କରିଛନ୍ତି ଯେ, ମେ ୭ ରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଭାରତୀୟ ସେନା ପାକିସ୍ତାନ ଓ ପିଓକେ ଅଞ୍ଚଳର ୯ଟି ଆତଙ୍କବାଦୀ ଘାଟିକୁ ଲକ୍ଷ୍ୟ କରି ୨୪ଟି ନିଖୁଣ ଆକ୍ରମଣ ଚାଳାଇଛି, ଯାହାରେ ୧୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି, “ଯେଉଁମାନେ ଆମ ଘରର ବୋହୂମାନେଙ୍କ ସିନ୍ଦୂର ଛିନିଛନ୍ତି, ଆମେ ସେମାନଙ୍କ ଘରକୁ ପହଞ୍ଚି ସେମାନଙ୍କୁ ଧ୍ବଂସ କରିଛୁ।”
ଆଦମପୁର ଏୟାର ବେସ ଉପରେ ମେ ୯ ଓ ୧୦ ରାତିରେ ଡ୍ରୋନ ଓ ମିସାଇଲ ଆକ୍ରମଣ ପ୍ରତିହତ କରିବାରେ ଭାରତୀୟ ବାୟୁସେନା ସଫଳ ହେବା ପରେ ପାକିସ୍ତାନ ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ଧ୍ବଂସ ହୋଇଛି ବୋଲି ଦାବି କରିଥିଲା। ପ୍ରଧାନମନ୍ତ୍ରୀ ଏହି ଦାବିକୁ “ପାକିସ୍ତାନୀ କଳ୍ପନା ର ମିଥ୍ୟା ଆଲୋଚନା” ବୋଲି କହିଛନ୍ତି
ସେ କହିଛନ୍ତି, “ଭାରତ ଗୌତମ ବୁଦ୍ଧ ଓ ଗୁରୁ ଗୋବିନ୍ଦ ସିଂହଙ୍କ ଦେଶ, ଶାନ୍ତି ଆମର ଦର୍ଶନ, କିନ୍ତୁ ଯଦି କେହି ସେଇ ଶାନ୍ତିକୁ ଚ୍ୟାଲେଞ୍ଜ କରିବେ, ତେବେ ସେମାନେ ଭାରତୀୟ ସେନା ସାମ୍ନା କରିବେ — ଏହା ମନେ ରଖିବା ଦରକାର।”
ପାକିସ୍ତାନ ସହ ହୋଇଥିବା ଯୁଦ୍ଧବିରତି ଘୋଷଣା ପରେ ମୋଦିଙ୍କ ଏହି ପରିଦର୍ଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି, “ଭାରତ ସାମୟିକ ଭାବେ ସାମରିକ କାର୍ଯ୍ୟ ବିରତ କରିଛି, ଯାହା ପାକିସ୍ତାନର ଭବିଷ୍ୟତ ଆଚରଣ ଉପରେ ନିର୍ଭର କରିବ।”
ପ୍ରଧାନମନ୍ତ୍ରୀ ଏୟାର ଚିଫ ଏ.ପି. ସିଂହ ସହ ଏୟାରବେସରେ ଯବାନଙ୍କୁ ଭେଟି ସେମାନଙ୍କ ମନୋବଳ ବୃଦ୍ଧି କରିଛନ୍ତି। ଏକ୍ସ ମାଧ୍ୟମରେ ସେ ଲେଖିଛନ୍ତି, “ଆଜି ସକାଳେ ଆଦମପୁର ଏୟାରଫୋର୍ସ ଷ୍ଟେସନରେ ଆମ ସାହସୀ ଯୋଦ୍ଧାମାନଙ୍କୁ ଭେଟି ଗର୍ବିତ ଅନୁଭବ ହେଲା।”