Hot Posts

6/recent/ticker-posts

କାରଖାନା ନାହିଁ ତ ଖଣି ନାହିଁ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଥୁଆମୁଳ ରାମପୁର ତହସିଲଦାର ଙ୍କ ମାଧ୍ୟମରେ ଦାବି ପତ୍ର ଦେଲେ ୮ ଗୋଟି ସଂଗଠନ I

କଳାହାଣ୍ଡି, ୦୭/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲାର ଆଦିବାସୀ ବହୁଳ ଥୁଆମୁଳ ରାମପୁର ସମେତ ପଡୋଶୀ ରାୟଗଡା ଜିଲ୍ଲାର କାଶିପୁର ଏବଂ କଲ୍ୟାଣସିଂପୁର ବ୍ଲକ୍ ଅଂଚଳରେ ଭରି ରହିଛି ବକ୍ସାଇଟ ଖଣି । ଏହି ବକ୍ସାଇଟ ଉନ୍ନତମାନର । ତେଣୁ ବେଦାନ୍ତ, ଆଦାନୀ, ଟାଟା, ବିର୍ଲା, ବାଲକୋ ଭଳି କମ୍ପାନୀର ଲୋଲୁପ ଦୃଷ୍ଟି ପଡିଛି ସିଜି ମାଲି, କୁଟ୍ରୁ ମାଲି ଏବଂ ଖଣ୍ଡୁଆଳ ମାଳି ଉପରେ । ତେଣୁ ରାଜ୍ୟ ଏବଂ କେନ୍ଦ୍ର ସରକାରକୁ ହାତ ବାରିସି କରି କମ୍ପାନୀ ସବୁ ଖଣି ହାତେଇବା ପାଇଁ ପ୍ରୟାସ କରୁଛନ୍ତି । ସ୍ଥାନୀୟ ଅଂଚଳରେ ଖଣି ଖନନକୁ ବିରୋଧ କରୁଥିବା ବ୍ୟକ୍ତି ବିଶେଷଙ୍କୁ ପୁଲିସ ମାଧ୍ୟମରେ ମିଥ୍ୟା କେସ୍ ଦେଇ ଗିରଫ କରାଯାଉଛି । ଏଥିରୁ କେବଳ ଆନ୍ଦୋଳନକାରୀ ନୁହେଁ ମହିଳା ଏପରିକି ଗର୍ଭବତୀ ମହିଳାଙ୍କୁ ମଧ୍ଯ ଗିରଫ କରାଯାଇ ଜେଲ ହାଜତକୁ ପଠାଇ ଦିଆଯାଉଛି । ଯାହାକୁ ନେଇ ଆଦିବାସୀ ମହଲରେ ଅସନ୍ତୋଷ ଲାଗି ରହିବା ସହ ଦିନକୁ ଦିନ ଖଣି ଆନ୍ଦୋଳନ ବ୍ୟାପକ ହେଉଛି । ଏଭଳି ସ୍ଥିତିରେ ଥୁଆମୁଳ ରାମପୁର ଅଂଚଳଳର ଆଦିବାସୀ ସଂଘ, ଆଦିସ୍କନ୍ଧ ସମାଜ, ଦଳିତ ସମାଜ, ନବ ନିର୍ମାଣ କୃଷକ ସଂଗଠନ, ମା ମାଟି ସୁରକ୍ଷା କମିଟି, ଆଂଚଳିକ ଗଣ ସଂଘର୍ଷ ସମିତି, ବହୁଜନ ସମାଜ ପାର୍ଟି, ଏବଂ ଥୁଆମୁଳ ରାମପୁର ବ୍ଲକ ବିଜୁ ଜନତା ଦଳ ପ୍ରମୁଖ ୮ ଗୋଟି ସଂଗଠନ ପକ୍ଷରୁ ଅଂଚଳର ବିକାଶ ପାଇଁ ଖଣି ଖନନ ଯଦି ଜରୁରୀ ତେବେ ଥୁଆମୁଳ ରାମପୁର ଠାରେ କାରଖାନା ସ୍ଥାପନ ପାଇଁ ଦାବି କରିଛନ୍ତି । ଖଣି ଖନନ ପୂର୍ବରୁ ଖଣି ଖନନ କରିବା ପାଇଁ ଆଗେଇ ଆସୁଥିବା କମ୍ପାନୀ ପକ୍ଷରୁ କାରଖାନା ସ୍ଥାପନର ବ୍ୟବସ୍ତା କରିବା ପାଇଁ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କ ମାଧ୍ୟମରେ ଦାବି ପତ୍ର ଦେବା ସହ ଥୁଆମୁଳ ରାମପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣ ଧାରଣା ଦେବା ପାଇଁ ଅନୁମତି ମାଗିଥିଲେ । କିନ୍ତୁ ପରିତାପର ବିଷୟ ପ୍ରଶାସନ ଆଇନ ଶୃଙ୍ଖଳାର ଦ୍ଵାହି ଦେଇ ଗଣ ଧାରଣା ପାଇଁ ଅନୁମତି ଦେଇନଥିଲେ । ଶେଷରେ ସମସ୍ତ ୮ ଗୋଟି ସଂଗଠନର ଶତାଧୂକ କର୍ମକର୍ତା ବୁଧବାର ଏକତ୍ରୀତ ହେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାର ସତ୍ୟ ସନାତନ ପାଣିଗ୍ରାହୀଙ୍କ ମାଧ୍ୟମରେ ଥୁଆମୁଳ ରାମପୁର ଥାନା ଅଧିକାରୀ ପ୍ରଶାନ୍ତ କୋହ୍ଲାରସ, କର୍ଲାପାଟ ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀକାନ୍ତ କୋଲକାଙ୍କ ସମେତ ସୁରକ୍ଷା ବଳ ଙ୍କ ଉପସ୍ଥିତିରେ ଦାବି ପତ୍ର ପ୍ରଦାନ କରିଥିଲେ । ଏହି ଦାବୀ ପତ୍ର କାର୍ଯ୍ୟକ୍ରମ ରେ 1, ମାଣିକ୍ୟ ଚନ୍ଦ୍ର ନାଏକ,2, ସନାତନ ମାଝୀ, 3, ସମୋନାଥ ନାଏକ, 4, ରାମଚନ୍ଦ୍ର ମାଝୀ, 5, ହିତେଶ କୁମାର ନାଏକ, 6, ଫୋଟ ସିଂହ ଭୋଇ, 7, ଦାଶରଥି ନାଏକ, 8, ପ୍ରଫୁଲ୍ଲ ମୁଣ୍ଡ଼ଛିନା, ଏବ ଅନ୍ୟାନ୍ୟ କର୍ମ କର୍ତ୍ତା ଉପସ୍ଥିତ ଥିଲେ ଓ ଅନ୍ୟପଟେ କୁଟୁମାଳି, ଖଣ୍ଡୁଆଲ ମାଳି ଏବଂ ସିଜି ମାଲି ଦ୍ବାରା ପ୍ରଭାବିତ ହେଉଥ‌ିବା ଅଂଚଳବାସୀ କୌଣସି ପ୍ରକାରେ ମାଲି ଛାଡିବାକୁ ଦେବେ ନାହିଁ ବୋଲି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସୂଚନା ଦେଉଛନ୍ତି । ଅନ୍ୟ ପଟେ ଜଳ, ଜମି, ଜଙ୍ଗଲ ଆଦିବାସୀଙ୍କ ହକ୍ । ଜଙ୍ଗଲ ହେଉଛି ସେମାନଙ୍କ ଅନ୍ନ ଦାତା ମାଟି ହେଉଛି ମାଆ । ଆଉ ଝରଣ ହେଉଛି ତାଙ୍କର ପାଳନ କର୍ତା ତେଣୁ ଜୀବନ ଯାଇ ପାରେ କିନ୍ତୁ ମାଳି ଛାଡିବୁ ନାହିଁ ବୋଲି ପ୍ରକାଶ କରିଛନ୍ତି ।



କଳାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ