ଗୁଣୁପୁରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା
ଗୁଣୁପୁର, ୦୭/୧୦ ( ଭି. ଗୌରୀ ଶଙ୍କର ରାଓ ) : ଗୁଣୁପୁରରେ ବିଜେଡିର ବିଶାଳ ଜନସମ୍ପର୍କ ପଦଯାତ୍ରା । ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରୁ ବାହାରିଲା ପଦଯାତ୍ରା । ଏଥିରେ ସାମିଲ ହୋଇଥିଲେ ବିଜେଡିର ରାଜ୍ୟ ନେତା ବବି ଦାସ ଓ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ । ବିଭିନ୍ନ ସ୍ଥାନରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଟାଉନ୍ ହଲ୍ରେ ଶେଷ ହୋଇଥିଲା ପଦଯାତ୍ରା । ଗୁଣୁପୁରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା । ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରୁ ଆରମ୍ଭ ହୋଇଥିଲା ବିଶାଳ ପଦଯାତ୍ରା । ବିଜେଡିର ରାଜ୍ୟ ନେତା ପ୍ରଣବ ପ୍ରକାଶ ଦାସ ଓ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ସମେତ ଦଳୀୟ ନେତା ଓ କର୍ମୀମାନେ ଏଥିରେ ଯୋଗ ଦେଇଥିଲେ । ନୂତନ ବସଷ୍ଟାଣ୍ଡ ରେ ପହଞ୍ଚିବା ପରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ନେତା ଓ କର୍ମୀମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହାପରେ ପଦଯାତ୍ରା ଆଗେଇଥିଲା ପୁରୁଣା ବସଷ୍ଟାଣ୍ଡ ଅଭିମୁଖେ । ସେଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ କରାଯାଇଥିଲା ମାଲ୍ୟାର୍ପଣ । ପରେ ପୁରୁଣା ଗୁଣୁପୁର ଦେଇ ଟାଉନ୍ ହଲ୍ରେ ପହଞ୍ଚିଥିଲା ପଦଯାତ୍ରା । ଦଳୀୟ ପତାକା ଓ ନେତା-କର୍ମୀଙ୍କ ଉପସ୍ଥିତିରେ ଗୁଣୁପୁର ସହରରେ ଦେଖିବାକୁ ମିଳିଥିଲା ରାଜନୈତିକ ଚଳଚଞ୍ଚଳତା । ରାଜ୍ୟ ନେତା ଓ ବିଧାୟକଙ୍କ ଉପସ୍ଥିତିରେ ଆୟୋଜିତ ଏହି ପଦଯାତ୍ରାକୁ ବିଜେଡି ପକ୍ଷରୁ ଜନସମ୍ପର୍କ ଅଭିଯାନ ବୋଲି କୁହାଯାଇଛି । ଗୁଣୁପୁରରେ ଆଜିର ଏହି କାର୍ଯ୍ୟକ୍ରମରେ ଦଳୀୟ ନେତା ଓ କର୍ମୀଙ୍କ ବଡ଼ ଉପସ୍ଥିତି ଦେଖିବାକୁ ମିଳିଥିଲା । ଆଗାମୀ ନିର୍ବାଚନ ସମୟ ରେ ଆଜିର ଏହି ଶକ୍ତିପ୍ରଦର୍ଶନ କେତେ ପ୍ରଭାବ ପକାଇବ ତାକୁ ନେଇ ସମସ୍ତଙ୍କର ଅପେକ୍ଷା।