କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା
ଭବାନୀପାଟଣା, ୦୭/୧୦ (ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲାରେ କଲେଜ ନିର୍ବାଚନକୁ ନେଇ ଏବେଠୁ ଉତ୍ତେଜନା ଦେଖାଦେଲାଣି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ ନିକଟରେ ଏବିଭିପିର ବ୍ୟାନର ଚିରାକୁ ଘଟଣାକୁ ନେଇଁ ରାଜ ନୈତିକ ଉଷ୍ଣତା ଦେଖାଦେଇଛି। ଜଣେ ବିଜେଡି କାଉନସିଲରଙ୍କ ଇଙ୍ଗିତରେ ସ୍ଥାନୀୟ ପୌରପାଳିକାର କିଛି କର୍ମଚାରୀଙ୍କ ପକ୍ଷରୁ ଏହି ବ୍ୟାନରକୁ ଚିରା ଯାଇଥିବା ଅଭିଯୋଗ ଆଣି ଏବିଭିପିର ଛାତ୍ରୀଛାତ୍ର ମାନେ ଜାତୀୟ ରାଜପଥ ୨୬ରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଚିରା ଯାଇଥିବା ଏହି ବ୍ୟାନରରେ କୋଣସି ପାର୍ଥିଙ୍କ ନାମ ନ ଥିବାବେଳେ କେବଳ ଏବିଭିପିରେ ଯୋଗଦାନ କରନ୍ତୁ ବୋଲି ଲେଖା ହେଇଥିବାବେଳେ ଦେବୀ ସ୍ଵରସତୀ ଓ ସ୍ୱାମୀ ବିବେକାନନ୍ଦଙ୍କ ଫଟୋ ରହିଥିଲା। କୌଣସି ପ୍ରାଥୀଙ୍କ ଫୋଟୋ ନ ଥିଲା। ତେବେ ଉଦ୍ଦେଶ୍ୟ ମୂଳକ ଭାବେ ୱାର୍ଡ ନଂ ୭ର ବିଜେଡି କାଉନସିଲର ଶିବା ସାହୁଙ୍କ ଇଙ୍ଗିତରେ ପୌରପାଳିକା କର୍ମଚାରୀ ଏହାକୁ ଚିରିଥିବା ଅଭିଯୋଗ ଆଣିଛନ୍ତି ଏବିଭିପିର ଛାତ୍ରୀଛାତ୍ର । ଯାହାର ଭିଡିଓ ମଧ୍ୟ ଭାଇରାଲ ହୋଇଛି। ଏହି ଘଟଣାକୁ ନେଇଁ ଏବିଭିପି ପକ୍ଷରୁ ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯିବା ସହ ଘଟଣାର ତଦନ୍ତ କରି ଶୀଘ୍ର ପଦକ୍ଷେପ ନେବାକୁ ଏବିଭିପିର ହିତେଶ କୁମାର ସାହୁ,ନିତେଶ ଜାନୀ, ଆରୀୟା ନାଏକ, ଛନ୍ଦା ଚରଣ ବେହେରା,ଦେବାଶିଷ ପଟ୍ଟନାୟକ,ସମିପ ରାଉତ ପ୍ରମୁଖ ଦାବି କରିଛନ୍ତି। ପ୍ରକାଶ ଯେ,ଭବାନୀପାଟଣା ପୌରପାଳିକାରେ ବର୍ତ୍ତମାନ ବିଜେଡିର ପୋୖରାଧ୍ୟକ୍ଷ ଥିବାବେଳେ ୧୮ ଜଣ ମଧ୍ୟ ବିଜେଡିର କାଉନସିଲର ଅଛନ୍ତି। ସେହିପରି ସ୍ଥାନୀୟ ବିଧାୟକ ମଧ୍ୟ କଂଗ୍ରେସର ରହିଛନ୍ତି। ତେବେ କଲେଜ ନିର୍ବାଚନ ଆସନ୍ତା ୧୫ତାରିଖ ହେବାକୁ ଥିବାବେଳେ ଏବେଠୁ ଏପରି ସ୍ଥିତିକୁ ନେଇ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଏ ନେଇଁ ଭବାନୀପାଟଣା ପୌରପାଳିକା ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାଢ଼ୀଙ୍କୁ ପଚାରିବାରୁ ଘଟଣାଟି ସତ ବୋଲି କହିବା ସହ। ଜୈନିକ କାଉନସିଲର ମୋର ଅଜାଣତରେ ୩ ପୌର କର୍ମଚାରୀଙ୍କୁ ଧରି ଏପରି କାମ କରିଥିବା ପ୍ରକାଶ କରିଛନ୍ତି।