Hot Posts

6/recent/ticker-posts

କଟକ ଛାତ୍ର ସାଂସଦ ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶୈଳବାଳା ମହାବିଦ୍ୟାଳୟ ପରିସର।

କଟକ, ୦୯/୧୦ ( କାହୁଁ ଚରଣ ବାରିକ ) : କଟକ ଛାତ୍ର ସାଂସଦ ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶୈଳବାଳା ମହାବିଦ୍ୟାଳୟ ପରିସର। ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେବା ପରଠୁ କଲେଜ କ୍ୟାମ୍ପସରେ ଉତ୍ସାହ ଦେଖିବାକୁ ମିଳିଛି। ବିଭିନ୍ନ ପଦ ପାଇଁ ଆଶାୟୀ ଛାତ୍ରଛାତ୍ରୀମାନେ ପ୍ରଚାରରେ ଲାଗି ପଡିଛନ୍ତି। ପୋଷ୍ଟର, ବ୍ୟାନର ଓ ସ୍ଲୋଗାନରେ କମ୍ପୁଛି ଶୈଳବାଳା। ଏଥର ସଭାପତି, ସାଧାରଣ ସମ୍ପାଦକ ପଦ ପାଇଁ କଡ଼ା ଟକ୍କର ହେବ ବୋଲି ଚର୍ଚା ହେଉଛି। କଲେଜ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।