ଜଗତ ଜନନୀ ମା ଦୁର୍ଗା ଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି
କଟକ, ୦୯/୧୦ ( କାହୁଁ ଚରଣ ବାରିକ ) : କଟକ ସହରର ଶଙ୍କରପୁର ବାଦାମ ବାଡ଼ି ପୂଜା କମିଟି ରେ ଜଗତ ଜନନୀ ମା ଦୁର୍ଗା ଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଦୁଇ ମାଟିଆ ହୋଇ ସାରିଥିବା ବେଳେ କେବଳ ଖଡି ଚଢ଼ା ବାକି ରହିଛି। ୧୯୬୫ ମସିହାରୁ ହର ପାର୍ବତୀ ଙ୍କୁ ପୂଜା କରାଯାଉଥିବା ବେଳେ ଚଳିତବର୍ଷ ନୂଆ କରି ମା ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଇବେ । ମା' ଦୁର୍ଗାଙ୍କ ପୂଜା ନିମନ୍ତେ କାକଟପୁର ମା' ମଙ୍ଗଳାଙ୍କ ପାଖରୁ ଆଜ୍ଞାମାଳ ଆସିବା ପରେ ଏଠାରେ ସ୍ୱତନ୍ତ୍ର ଭାବେ ପୂଜାର୍ଚ୍ଚନା କରାଯାଇ ମୂର୍ତ୍ତି ନିର୍ମାଣ କରା ଯାଉଥିବାବେଳେ ବର୍ତ୍ତମାନ ଦୁଇ ମାଟି ହୋଇ ସାରିଲେଣି ମା ଦୁର୍ଗା। ଚାରି କ୍ୱିଣ୍ଟାଲ ଚାନ୍ଦି ମେଢ଼ ଓ ସୁନ୍ଦର୍ ଆଲୋକ ସଜ୍ଜା କରିବା ଲକ୍ଷ୍ୟ ରକ୍ଷା ଯାଇଥିବା ବେଳେ ମୋଟ ୩୦ ଲକ୍ଷ ଟଙ୍କା ରୁ ଉର୍ଦ୍ଧ ଟଙ୍କା ର ପୂଜା ବଜେଟ୍ ରହିଛି ବୋଲି ସୂଚନା ଦେଇଛନ୍ତି ସାହିର ସମ୍ପାଦକ।